ଉମେଶ ସ୍ମାରକୀ କ୍ରିକେଟ୍‌ ସେମିରେ ଯଦୁପୁର

ଭୁବନେଶ୍ୱର: ଭୁବନେଶ୍ୱର ଉପକଣ୍ଠ ଭଗବାନପୁରରେ ଚାଲଥିବା ଉମେଶ ସ୍ମାରକୀ କ୍ରିକେଟ୍‌ ପ୍ରତିଯୋଗିତାର ସେମିଫାଇନାଲ୍‌ରେ ଯଦୁପୁର ପ୍ରବେଶ କରିଛି। ମଙ୍ଗଳବାର ଯଦୁପୁର ୩୫ ରନ୍‌ରେ ଆଇଆର୍‌ସି ଭିଲେଜ୍‌କୁୁ ପରାସ୍ତ କରିଛି। ଯଦୁପୁର ନିର୍ଧାରିତ ୨୦ ଓଭରରେ ୮ ଓ୍ଵିକେଟ୍‌ ହରାଇ ୧୪୩ ରନ୍‌ କରିଥିଲା। ଜବାବରେ ଆଇଆର୍‌ସି ଭିଲେଜ୍‌ ଦଳ ୧୬.୪ ଓଭରରେ ସମସ୍ତ ଓ୍ଵିକେଟ୍‌ ହରାଇ ୧୦୮ ରନ୍‌ କରିପାରିଥିଲା। ପ୍ରୀତମ ଜେନା (୪-୦-୨୦-୩) ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥିଲେ। ଆୟୂଷମାନ ଦାସ ଏବଂ ସଂଜୟ କୁମାର ରାଉତ ମ୍ୟାଚ୍‌ ପରିଚାଳନା କରିଥିଲେ। ବୁଧବାର ପ୍ରଥମ ସେମିଫାଇନାଲ୍‌ ଯଦୁପୁର ଏବଂ ନ୍ୟୁ ଷ୍ଟାର୍‌ କ୍ଲବ୍‌ ମଧ୍ୟରେ ଖେଳଯିବ।

ସମ୍ବନ୍ଧିତ ଖବର