ରାମେଶ୍ବର କପ୍‌ ଫାଇନାଲ୍‌ରେ ରାମେଶ୍ବର

ଭୁବନେଶ୍ବର: ରାମେଶ୍ବର କପ୍‌ କନିଷ୍ଠ କ୍ରିକେଟ୍‌ ପ୍ରତିଯୋଗିତାର ତୃତୀୟ ସଂସ୍କରଣରେ ଆୟୋଜକ ରାମେଶ୍ବର ସ୍ପୋର୍ଟିଂ ପ୍ରଥମ ଦଳ ଭାବେ ଫାଇନାଲ୍‌ ସ୍ଥାନ ସୁରକ୍ଷିତ କରିଛି। ଶନିବାର ପ୍ରଥମ ସେମିଫାଇନାଲ୍‌ରେ ଏହି ଦଳ ୮୫ ରନ୍‌ରେ ଗ୍ରିନ୍‌ସ କ୍ରିକେଟ୍‌ ଏକାଡେମିକୁ ପରାସ୍ତ କରିଦେଇଛି। ଟସ୍‌ ହାରି ବ୍ୟାଟିଂ ପାଇଥିବା ରାମେଶ୍ବେର ଆଶୁତୋଷ ସାହୁ (୫୦)ଙ୍କ ଅର୍ଧଶତକ ସାଙ୍ଗକୁ ମଣିତେଜ ମହାନ୍ତିଙ୍କ ୪୨ ଓ ରମଣୀ ଜେନାଙ୍କ ୨୫ ରନ୍‌ ବଳରେ ୩୯.୨ ଓଭରରେ ସମସ୍ତ ୱିକେଟ୍‌ ହରାଇ କରିଥିଲା ୧୮୨ ରନ୍‌। ଗ୍ରିନ୍‌ସ ଦଳ ପକ୍ଷରୁ ସୟଦ୍‌ ଅର୍ମନ୍‌ ଅଲ୍ଲୀ ଓ ସାଇ ଭର୍ଷିକ୍‌ ୩ ଲେଖାଏଁ ୱିକେଟ୍‌ ନେଇଥିଲେ। ଜବାବରେ ଗ୍ରିନ୍‌ସ ଦଳ କିନ୍ତୁ ୩୧.୫ ଓଭରରେ ୯୭ ରନ୍‌ କରି ସମସ୍ତ ୱିକେଟ୍‌ ହରାଇଥିଲା। ଏସ୍‌ ହିମାଂଶୁ ୨୫ ରନ୍‌ କରିଥିଲା ବେଳେ ବିଜୟୀ ରାମେଶ୍ବର ପକ୍ଷରୁ ରାଜେଶ ମହାନ୍ତି ୧୮ ରନ୍‌ରେ ୫ ଏବଂ ପାର୍ଥସାରଥୀ ସାହୁ ୨୪ ରନ୍‌ରେ ୨ ୱିକେଟ୍‌ ଦଖଲ କରିଥିଲେ। ତେବେ ଆଶୁତୋଷଙ୍କୁ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ମିଳିଥିଲା। ତାଙ୍କୁ ଦୁଇ ଅତିଥି ରାଜ୍ୟ ୟୁଥ୍‌ ନେତା ପୂର୍ଣ୍ଣେନ୍ଦୁ ପୂଜାପଣ୍ଡା ଓ ଭୁବନେଶ୍ବର ଛାତ୍ରନେତା ଶିବପ୍ରସାଦ ମହାପାତ୍ର ପୁରସ୍କୃତ କରିଥିଲେ। ଆଲୋକ ମଙ୍ଗରାଜ ଓ ତନ୍ମୟ ମହାପାତ୍ର ମ୍ୟାଚ୍‌ ପରିଚାଳନା କରିଥିଲେ। ରବିବାର ମ୍ୟାଚ୍‌ରେ ପ୍ରଗତି ସ୍ପୋର୍ଟିଂ ଏବଂ ଜାଗ୍ରୁତି ମୁହାଁମୁହିଁ ହେବେ।

ସମ୍ବନ୍ଧିତ ଖବର