ପବିତ୍ର ନଗର କପ୍‌ ସେମିରେ ରାମେଶ୍ୱର

ଭୁବନେଶ୍ୱର: ତାଳଚେରରେ ଚାଲିଥିବା ନିଖିଳ ଓଡ଼ିଶା ପବିତ୍ର ନଗର କପ୍‌ କ୍ରିକେଟ୍‌ ପ୍ରତିଯୋଗିତାର ସେମିଫାଇନାଲ୍‌ରେ ଭୁବନେଶ୍ୱରର ରାମେଶ୍ୱର ସ୍ପୋର୍ଟିଂ ସ୍ଥାନ ପକ୍କା କରିଛି। ଶୁକ୍ରବାର ମ୍ୟାଚ୍‌ରେ ରାମେଶ୍ୱର ୯ ଓ୍ଵିକେଟ୍‌ରେ ବାଲେଶ୍ୱର କ୍ରିକେଟ୍‌ ସଂଘକୁ ପରାସ୍ତ କରିଛି।
ଟସ୍‌ ଜିତି ବ୍ୟାଟିଂ ନେଇଥିବା ବାଲେଶ୍ୱର ଦଳ ୨୨ ଓଭରରେ ୬୭ ରନ୍‌ କରି ସମସ୍ତ ଓ୍ଵିକେଟ୍‌ ହରାଇଥିଲା। ପ୍ରଜ୍ୱଲ ଲାହା ୨୨ ରନ୍‌ କରିଥିଲା ବେଳେ ରାମେଶ୍ୱର ପକ୍ଷରୁ ରାକେଶ ଶର୍ମା ୨ ରନ୍‌ରେ ୪ ଓ୍ଵିକେଟ୍‌ ନେଇ ଘାତକ ସାବ୍ୟସ୍ତ ହୋଇଥିଲା ବେଳେ ଲାଲୁ ମହାନ୍ତି ଓ ବିଶ୍ୱଜିତ ମଲ୍ଲିକ ପ୍ରତ୍ୟେକ ୧୩ ରନ୍‌ ଲେଖାଏଁ ବ୍ୟୟ କରି ୨ ଓ୍ଵିକେଟ୍‌ ଲେଖାଏଁ ଦଖଲ କରିଥିଲେ। ଜବାବରେ ରାମେଶ୍ୱର ବିସ୍ଫୋରକ ବ୍ୟାଟିଂ କରି ମାତ୍ର ୬ ଓଭରରେ ଗୋଟିଏ ଓ୍ଵିକେଟ୍‌ ବିନିମୟରେ ୬୯ ରନ୍‌ କରି ମ୍ୟାଚ୍‌ ସହଜରେ ଜିତି ନେଇଥିଲା। ନରେନ୍ଦ୍ର ଦାସ ୭ ବଲ୍‌ରେ ୨୬ ଓ ବିଶ୍ୱଜିତ୍‌ ଭୂୟାଁ ୧୭ ବଲ୍‌ରୁ ଅପରାଜିତ ୩୪ ରନ୍‌ କରିଥିଲେ। ବିଜୟୀ ଦଳର ରାକେଶ ଶର୍ମା ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥିଲେ।

ସମ୍ବନ୍ଧିତ ଖବର