ଟାଉନ୍‌ କ୍ଲବ୍‌କୁ ୧୨୧ ରନ୍‌ରେ ପରାସ୍ତ କଲା ରାମେଶ୍ୱର ସ୍ପୋଟିଂ

ଭୁବନେଶ୍ୱର: ସ୍ଥାନୀୟ ଗ୍ରୀନ୍‌ ସ୍ପୋଟିଂ ପଡ଼ିଆରେ ଜାରି ଥିବା ଟୁର୍ଣ୍ଣାମେଣ୍ଟରେ ରବିବାର ଟାଉନ୍‌ କ୍ଲବକୁ ରାମେଶ୍ୱର ସ୍ପୋଟିଂ ୧୨୧ ରନ୍‌ରେ ପରାସ୍ତ କରିଛି। ଟସ୍‌ ଜିଣି ରାମେଶ୍ୱର ସ୍ପୋଟିଂ ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା। ଟିମ୍‌ ନିର୍ଦ୍ଧାରିତ ୪୦ ଓଭରରେ ୫ଟି ଓ୍ଵିକେଟ ହରାଇ ୨୫୯ ରନ୍‌ କରିଥିଲା। ସାରଂଶ କୁମାର ୯୬ ବଲ ଖେଳି ଶତକ (୧୦୦ ରନ୍‌) କରିଥିଲେ। ଆଶୁତୋଷ ସାହୁ ୭୯ ରନ୍‌, ଗୌତମ ଗୋପାଳ ୩୮ ରନ୍‌ ଓ ଆଦିତ୍ୟ ଜେନା ୩୨ ରନ୍‌ କରିଥିଲେ।

ଦ୍ୱିତୀୟ ଇନିଂସରେ ୨୬ ରନ୍‌ ବିଜୟ ଲକ୍ଷ୍ୟ ନେଇ ଟାଉନ୍‌ କ୍ଲବ ବ୍ୟାଟିଂ ଆରମ୍ଭ କରିଥିଲା। ଟିମ୍‌ ୮ଟି ଓ୍ଵିକେଟ ହରାଇ ୧୩୮ ରନ୍‌ କରିଥିଲା। ସୋମନାଥ ନାୟକ (୩୭ ରନ୍‌) ଓ ଶୁଭଙ୍କର ଦାସ (୩୦ ରନ୍‌) ବ୍ୟତୀତ ଅନ୍ୟ ଖେଳାଳିମାନେ ବିପର୍ଯ୍ୟୟର ଶିକାର ହୋଇଥିଲେ। ରାମେଶ୍ୱର ସ୍ପୋଟିଂ ତରଫରୁ ଆୟୁଷ ମହାନ୍ତି ୮ ଓଭର ବୋଲିଂ କରି ୨ଟି ମେଡେନ ନେଇଥିଲେ। ସେ ୩୪ ରନ୍‌ ଦେଇ ୩ ଟି ଓ୍ଵିକେଟ ନେଇଥିଲେ। ଗୌତମ ଗୋପାଳ ଓ ଅର୍ଜିତ ତ୍ରିପାଠୀଙ୍କୁ ୨-୨ ଓ୍ଵିକେଟ ମିଳିଥିଲା। ରାମେଶ୍ୱର ସ୍ପୋର୍ଟିଂର ସନ୍ତୋଷ କୁମାରଙ୍କୁ ମ୍ୟାନ୍‌ ଅଫ୍‌ ଦ ମ୍ୟାଚ୍‌ ପୁରସ୍କାର ମିଳିଥିଲା।

ସମ୍ବନ୍ଧିତ ଖବର