ରାମେଶ୍ୱର କପ୍‌ କ୍ୱାର୍ଟର୍‌ରେ ପାରାମାଉଣ୍ଟ୍‌

ଭୁବନେଶ୍ୱର: ପାରାମାଉଣ୍ଟ୍‌ ସ୍ପୋର୍ଟିଂ ଚଳିତ ରାମେଶ୍ୱର କପ୍‌ ୧୯ ବର୍ଷରୁ କମ୍‌ କ୍ରିକେଟ୍‌ ପ୍ରତିଯୋଗିତାର କ୍ୱାର୍ଟର୍‌ ଫାଇନାଲ୍‌ରେ ପ୍ରବେଶ କରିଛି। ସୋମବାର ବିଏମ୍‌ ହାଇସ୍କୁଲ୍‌ ପଡ଼ିଆରେ ଖେଳାଯାଇଥିବା ତୃତୀୟ ପ୍ରି-କ୍ୱାର୍ଟର୍‌ ଫାଇନାଲ୍‌ରେ ପାରାମାଉଣ୍ଟ୍‌ ୬ ଓ୍ଵିକେଟ୍‌ରେ ଜାଗ୍ରୁତି କ୍ରିକେଟ୍‌ ଏକାଡେମିକୁୁ ପରାସ୍ତ କରିଛି।
ଟସ୍‌ ହାରିି ପ୍ରଥମେ ବ୍ୟାଟିଂ କରିଥିବା ପାରାମାଉଣ୍ଟ୍‌ ୩୦ ଓଭରରେ ୭ ଓ୍ଵିକେଟ୍‌ ହରାଇ ୧୭୯ ରନ୍‌ କରିଥିଲା। ରାଜେଶ ସାହୁ (୫୨ ରନ୍‌, ୨୮ ବଲ୍‌) ଅର୍ଧଶତକ ଏବଂ ମନୋରଂଜନ ତ୍ରିପାଠୀ ୪୫ ରନ୍‌ କରିଥିଲେ। ପାରାମାଉଣ୍ଟ୍‌ ପକ୍ଷରୁ ଆୟୂଷରାଜ ଚୌଧୁରୀ ୨ ଓ୍ଵିକେଟ୍‌ ନେଇଥିଲେ। ଆୟୂଷ ରାଜ (୮୨ ରନ୍‌, ୮୦ ବଲ୍‌)ଙ୍କ ଅର୍ଧଶତକ ଏବଂ ମଣିତେଜ ମହାନ୍ତିଙ୍କ ୩୨ ରନ୍‌ ବଳରେ ୨୭.୪ ଓଭରରେ ୪ ଓ୍ଵିକେଟ୍‌ ହରାଇ ମ୍ୟାଚ୍‌ ଜିତି ନେଇଥିଲା। ଅଲ୍‌ରାଉଣ୍ଡ୍‌ ପ୍ରଦର୍ଶନ ପାଇଁ ଆୟୂଷରାଜଙ୍କୁ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ମିଳିଥିଲା। ପୂର୍ବତନ ରଣଜୀ ଅଧିନାୟକ ବିପ୍ଲବ ସାମନ୍ତରାୟ ଏବଂ ଯୁବ ନେତା ମଦନ ମୋହନ ପ୍ରଧାନ ଅତିଥି ଭାବେ ଯୋଗଦେଇ ପୁରସ୍କାର ପ୍ରଦାନ କରିଥିଲେ। ପ୍ରିୟବ୍ରତ ପ୍ରଧାନ ଓ ପୂର୍ଣ୍ଣ ଚନ୍ଦ୍ର ମହାରଣା ମ୍ୟାଚ୍‌ ପରିଚାଳନା କରିଥିଲେ ଏବଂ ନିହାର ରଂଜନ ପଟ୍ଟନାୟକ ସ୍କୋରର୍‌ ଥିଲେ। ମଙ୍ଗଳବାର ଗ୍ରୁପ୍‌-ବିର ପ୍ରଥମ କ୍ୱାର୍ଟର୍‌ ଫାଇନାଲ୍‌ କ୍ରାଉନ୍‌ ସ୍ପୋର୍ଟିଂ ଏବଂ ସହିଦ ସ୍ପୋର୍ଟିଂ ମଧ୍ୟରେ ଖେଳାଯିବ।

ସମ୍ବନ୍ଧିତ ଖବର