ରାଞ୍ଚି ଟେଷ୍ଟ: ୪୯୭ ରନ୍‌ରେ ପାଳି ଘୋଷଣା କଲା ଭାରତ, ୪୮୮ ରନ୍‌ ପଛରେ ଦକ୍ଷିଣ ଆଫ୍ରିକା

ରାଞ୍ଚି: ଭାରତର ଅଧିନାୟକ ବିରାଟ କୋହଲି ଦକ୍ଷିଣ ଆଫ୍ରିକା ବିପକ୍ଷରେ ୯ ଓ୍ଵିକେଟ୍‌ ବିନିମୟରେ ୪୯୭ ରନ୍‌ କରିବା ପରେ ନିଜର ପାଳି ଘୋଷଣା କରିଛନ୍ତି। ରାଞ୍ଚିରେ ଜାରି ଥିବା ୩ୟ ଟେଷ୍ଟର ଦ୍ୱିତୀୟ ଦିନ ରବିବାର ଖେଳ ଶେଷ ସୁଦ୍ଧା ଦକ୍ଷିଣ ଆଫ୍ରିକା ୨ଟି ଓ୍ଵିକେଟ୍‌ ହରାଇ ୯ ରନ୍‌ କରିଛି। ଫଳରେ ଟିମ୍‌ ଭାରତ ଠାରୁ ୪୮୮ ରନ୍‌ ପଛରେ ଅଛି।

ଦକ୍ଷିଣ ଆଫ୍ରିକାର ବ୍ୟାଟସ୍‌ମ୍ୟାନ୍‌ ଡିନ ଏଲଗର୨ଟି ବଲ ସମ୍ମୁଖୀନ ହୋଇ କୌଣସି ରନ୍‌ କରି ନ ଥିଲେ। ସାଥୀ ବ୍ୟାଟସ୍‌ମ୍ୟାନ୍‌ କ୍ୱିଟନ୍‌ ଡି-କକ୍‌ ୬ଟି ବଲ ସାମ୍ନା କରି ମାତ୍ର ୪ ରନ୍‌ କରିଥିଲେ। ଯୁବାୟର ହଜମା ଓ ଫାଫ୍‌ ଡୁପ୍ଲେସିସ୍‌ ଅପରାଜିତ ରହି ପଡ଼ିଆରୁ ବିଦାୟ ନେଇଛନ୍ତି। ଭାରତୀୟ ବୋଲର ମହମ୍ମଦ ସାମି ଓ ଉମେଶ ଯାଦବଙ୍କୁ ଗୋଟିଏ ଲେଖାଏଁ ଓ୍ଵିକେଟ୍‌ ମିଳିଛି।

Hindustan Times

ପ୍ରଥମ ଇନିଂସରେ ଓପନର ବ୍ୟାଟସ୍‌ମ୍ୟାନ ରୋହିତ ଶର୍ମା ଦ୍ୱି-ଶତକ (୨୧୨ ରନ୍‌, ୨୫୫ ବଲ, ୨୮ ଚୌକା, ୬ ଛକା) ଓ ଆଜିଙ୍କ୍ୟ ରାହାଣେ (୧୧୫ ରନ୍‌, ୧୯୨ ବଲ, ୧୭ ଚୌକା, ୧ ଛକା) ଶତକ ଏବଂ ରବୀନ୍ଦ୍ର ଜାଦେଜାଙ୍କ ଅର୍ଦ୍ଧଶତକ (୫୧ ରନ୍‌) ବଳରେ ଭାରତ ଏକ ବଡ଼ ସ୍କୋର କରିବା ପରେ ପାଳି ଘୋଷଣା କରିଥିଲା।

ସମ୍ବନ୍ଧିତ ଖବର