ରଣଜୀ ଟ୍ରଫି ନଭେମ୍ବର ପହିଲାରୁ.ଓଡ଼ିଶା ଖେଳିବ ୯ ମ୍ୟାଚ୍‌, ଘରେ ୫

ଭୁବନେଶ୍ୱର,: ବିସିସିଆଇର ୨୦୧୮-୧୯ ଘରୋଇ କ୍ରିକେଟ୍‌ ସୂଚୀ ଏକପ୍ରକାର ଚୂଡାନ୍ତ ହୋଇଛି। ରଣଜୀ ଟ୍ରଫି ପୁଣି ଘରେ ବାହାରେ ବ୍ୟବସ୍ଥାକୁ ଫେରିଥିବାବେଳେ ନଭେମ୍ବର ପହିଲାରୁ ଆରମ୍ଭ ହେବାକୁ ଯାଉଛି। ଏଲିଟ୍‌ ‘ସି’ରେ ସ୍ଥାନ ପାଇଥିବା ଓଡ଼ିଶା ଦଳ ଏଥର ଲିଗ୍‌ ପର୍ଯ୍ୟାୟରେ ୯ ମ୍ୟାଚ୍‌ ଖେଳିବ। ଏହା ମଧ୍ୟରୁ ଘରୋଇ ପରିବେଶରେ ୫ ଏବଂ ବାହାରେ ୪ଟି ଖେଳିବାକୁ ଥିବାରୁ ଓଡ଼ିଶା ଫାଇଦାରେ ରହିବ। ଓଡ଼ିଶାର ପ୍ରାରମ୍ଭିକ ପ୍ରତିଦ୍ୱନ୍ଦ୍ୱୀ ଏଥର ରହିଛନ୍ତି ଆସାମ, ଗୋଆ, ଉତ୍ତରପ୍ରଦେଶ, ଜମ୍ମୁ ଓ କଶ୍ମୀର, ତ୍ରିପୁରା, ସର୍ଭିସେସ୍‌, ହରିଆନା, ଝାଡ଼ଖଣ୍ଡ ଏବଂ ରାଜସ୍ଥାନ। ଆସାମ ବିପକ୍ଷରେ ଖେଳି ଅଭିଯାନ ଆରମ୍ଭ କରିବ ଓଡ଼ିଶା। ସେହିଭଳି ୨୦୧୯ ଜାନୁଆରି ୭ରୁ ୧୦ ତାରିଖ ମଧ୍ୟରେ ରାଜସ୍ଥାନ ବିପକ୍ଷରେ ଶେଷ ଲିଗ୍‌ ଖେଳିବ। ରଣଜୀ ଟ୍ରଫିର ଗୋଟିଏ ଦିନ ପରଠାରୁ ସିକେ ନାଇଡୁ ଟ୍ରଫି (୨୩ ବର୍ଷରୁ କମ୍‌) ଅର୍ଥାତ୍‌ ନଭେମ୍ବର ୨ରୁ ଆରମ୍ଭ ହୋଇ ଜାନୁଆରି ୧୨ ତାରିଖ ପର୍ଯ୍ୟନ୍ତ ଚାଲିବ। ଓଡ଼ିଶା ଏଥିରେ ମଧ୍ୟ ଏଲିଟ୍‌ ‘ସି’ରେ ରହିଛି ଏବଂ ସମାନ ୮ ମ୍ୟାଚ୍‌ ଖେଳିବ। ସେହିଭଳି ୧୯ ବର୍ଷରୁ କମ୍‌ କୁଚ୍‌ ବେହାର ଟ୍ରଫି ସୂଚୀରେ ଓଡ଼ିଶା ଏଲିଟ୍‌ ‘ସି’ରେ ରହିଛି କିନ୍ତୁ ନଭେମ୍ବର ୧୯ରୁ ଜାନୁଆରି ୩ ମଧ୍ୟରେ ୭ ମ୍ୟାଚ୍‌ ଖେଳିବ। ମ୍ୟାଚ୍‌ ଗୁଡ଼ିକର ସ୍ଥାନ ଆୟୋଜକ ରାଜ୍ୟ ସଂଘ ନିର୍ଧାରିଣ କରିବେ।
ଓଡ଼ିଶାର ୨୦୧୮-୧୯ କ୍ରିକେଟ୍‌ ସୂଚୀ
ରଣଜୀ ଟ୍ରଫି
ତାରିଖ ପ୍ରତିଦ୍ୱନ୍ଦ୍ୱୀ ଆୟୋଜକ
ନଭେମ୍ବର ୧-୪ ଆସାମ ଆସାମ
ନଭେମ୍ବର ୧୨-୧୫ ଗୋଆ ଓଡ଼ିଶା
ନଭେମ୍ବର ୨୦-୨୩ ଉତ୍ତରପ୍ରଦେଶ ଓଡ଼ିଶା
ନଭେମ୍ବର ୨୮-ଡିସେମ୍ବର ୧ ଜମ୍ମୁ ଓ କଶ୍ମୀର ଜମ୍ମୁ ଓ କଶ୍ମୀର
ଡିସେମ୍ବର ୬-୯ ତ୍ରିପୁରା ଓଡ଼ିଶା
ଡିସେମ୍ବର ୧୪-୧୭ ସର୍ସିସେସ୍‌ ସର୍ଭିସେସ୍‌
ଡିସେମ୍ବର ୨୨-୨୫ ହରିଆନା ଓଡ଼ିଶା
ଡିସେମ୍ବର ୩୦-ଜାନୁଆରି ୨ ଝାଡ଼ଖଣ୍ଡ ଝାଡ଼ଖଣ୍ଡ
ଜାନୁଆରି ୭-୧୦, ୨୦୧୯ ରାଜସ୍ଥାନ ଓଡ଼ିଶା
ସିକେ ନାଇଡୁ ଟ୍ରଫି
ନଭେମ୍ବର ୨-୫ ହରିଆନା ଓଡ଼ିଶା
ନଭେମ୍ବର ୧୪-୧୭ ଗୋଆ ଗୋଆ
ନଭେମ୍ବର ୨୨-୨୫ ବିଦର୍ଭ ବିଦର୍ଭ
ନଭେମ୍ବର ୩୦-ଡିସେମ୍ବର ୩ କେରଳ ଓଡ଼ିଶା
ଡିସେମ୍ବର ୮-୧୧ ରେଳବାଇ ଓଡ଼ିଶା
ଡିସେମ୍ବର ୧୬-୧୯ ଛତିଶଗଡ଼ ଛତିଶଗଡ଼
ଡିସେମ୍ବର ୨୪-୨୭ ଜମ୍ମୁ ଓ କଶ୍ମୀର ଓଡ଼ିଶା
ଜାନୁଆରି ୯-୧୨, ୨୦୧୯ ହିମାଚଳପ୍ରଦେଶ ହିମାଚଳପ୍ରଦେଶ
କୁଚ୍‌ ବେହାର ଟ୍ରଫି
ନଭେମ୍ବର ୧୯-୨୨ ଗୋଆ ଗୋଆ
ନଭେମ୍ବର ୨୬-୨୯ କେରଳ ଓଡ଼ିଶା
ଡିସେମ୍ବର ୩-୬ ଆନ୍ଧ୍ରପ୍ରଦେଶ ଆନ୍ଧ୍ରପ୍ରଦେଶ
ଡିସେମ୍ବର ୧୦-୧୩ ତ୍ରିପୁରା ଓଡ଼ିଶା
ଡିସେମ୍ବର ୧୭-୨୦ ଜମ୍ମୁ ଓ କଶ୍ମୀର ଜମ୍ମୁ ଓ କଶ୍ମୀର
ଡିସେମ୍ବର ୨୪-୨୭ ସୌରାଷ୍ଟ୍ର ସୌରାଷ୍ଟ୍ର
ଡିସେମ୍ବର ୩୧-ଜାନୁଆରି ୩ ଆସାମ ଓଡ଼ିଶା
ଅବଶିଷ୍ଟ ସୂଚୀ
ବିଜୟ ହଜାରେ ଟ୍ରଫି ସେପ୍ଟେମ୍ବର ୧୯-ଅକ୍ଟୋବର ୮
ସୟଦ ମୁସ୍ତାକ ଅଲୀ ଟ୍ରଫି ୨୧ ଫେବ୍ରୁଆରି-୨ ମାର୍ଚ
୨୩ ବର୍ଷରୁ କମ୍‌ ଦିନିକିଆ ୧୪ ଫେବ୍ରୁଆରି-୨ ମାର୍ଚ
ଭିନୁ ମଙ୍କଡ ଟ୍ରଫି ଅକ୍ଟୋବର ୬-୨୧
ମହିଳା ଦିନିକିଆ ଡିସେମ୍ବର ୧ରୁ ୨୦
ମହିଳା ଟି-୨୦ ଫେବ୍ରୁଆରି ୨୦ରୁ ମାର୍ଚ ୧
ମହିଳା ୨୩ ବର୍ଷରୁ କମ୍‌ ଦିନିକିଆ ୧୭ ମାର୍ଚରୁ ୫ ଏପ୍ରିଲ୍‌
ମହିଳା ୨୩ ବର୍ଷରୁ କମ୍‌ ଟି-୨୦ ୧୪-୨୩ ଜାନୁଆରି
ମହିଳା ୧୯ ବର୍ଷରୁ କମ୍‌ ଟି-୨୦ ଅକ୍ଟୋବର ୧୪ରୁ ୨୩

ସମ୍ବନ୍ଧିତ ଖବର