ବିରଳ ରେକର୍ଡର ଅଧିକାରୀ ହେଲେ ଆଲଷ୍ଟେର କୁକ୍‌, କ୍ୟାରିୟରର ପ୍ରଥମ ଓ ଅନ୍ତିମ ଟେଷ୍ଟରେ ଶତକ ମାରିବାରେ ୫ମ ଖେଳାଳି

0 451

ସାଉଥହମ୍ପଟନ : ଇଂଲାଣ୍ଡ ଦଳର ଅଧିନାୟକ ଆଲଷ୍ଟେର କୁକ ନିଜର ଅନ୍ତିମ ଟେଷ୍ଟ ମ୍ୟାଚ ଖେଳୁଛନ୍ତି । ଆଜି ସେ ଦ୍ୱିତୀୟ ଇଂନିସରେ ଏକ ଆକର୍ଷଣୀୟ ଶତକ ମାରି ନିଜ ଦଳକୁ ସୁରକ୍ଷିତ ସ୍ତରକୁ ନେଇଯାଇଛନ୍ତି । କିନ୍ତୁ ଆଜି ସେ ବିଶ୍ୱ କ୍ରିକେଟରେ ଏକ ବିରଳ ରେକର୍ଡ ହାସଲ କରିଛନ୍ତି । ଏହି ରେକର୍ଡ ପୂର୍ବରୁ ମାତ୍ର ୪ ଜଣ ହାସଲ କରିଛନ୍ତି । ରେକର୍ଡଟି ହେଉଛି କୁକ ନିଜର ପ୍ରଥମ ଓ ଅନ୍ତିମ ଟେଷ୍ଟରେ ଶତକ ମାରିବାର ଗୌରବ ଅର୍ଜନ କରିଛନ୍ତି । ୨୦୦୬ରେ ନାଗପୁରଠାରେ ଭାରତ ବିପକ୍ଷରେ ନାଗପୁରଠାରେ ସେ ନିଜର କ୍ରିକେଟ କ୍ୟାରିୟର ଆରମ୍ଭ କରିଥିଲେ ।

ପ୍ରଥମ ଟେଷ୍ଟ (୨୦୦୬) ରେ କୁକ୍

ଏହି ମ୍ୟାଚରେ ସେ ଶତକ (୧୦୪*) ଅର୍ଜନ କରିଥିଲେ । ଆଜି ସେ ନିଜର ଅନ୍ତିମ ଟେଷ୍ଟ ସେହି ଭାରତ ବିପକ୍ଷରେ ଖେଳି ଏକ ଆକର୍ଷଣୀୟ ୧୪୭ ରନ କରି ଆଉଟ ହୋଇଛନ୍ତି । ସେ ନିଜର ପ୍ରଥମ ଟେଷ୍ଟ ଖେଳୁଥିବା ହନୁମା ବିହାରୀଙ୍କ ବଲରେ ସେ ରିଷଭ ପନ୍ତଙ୍କ ହାତରେ ଧରା ପଡିଥିଲେ । ଏହା ସହିତ ଜଣେ ମହାନ କ୍ରିକେଟରଙ୍କ କ୍ରିକେଟ ଜୀବନର ଯବନିକା ଘଟିଛି । ପୂର୍ବରୁ ରେଗନାଲ୍ଡ ଡଫ (ଅଷ୍ଟ୍ରେଲିଆ), ଓ୍ଵିଲିୟମ ପନସଫୋଲ୍ଡ (ଅଷ୍ଟ୍ରେଲିଆ),ଗ୍ରେଗ ଚାପେଲ(ଅଷ୍ଟ୍ରେଲିଆ) ଓ ମହମ୍ମଦ ଆଜାରୁଦ୍ଦିନ (ଭାରତ ) ନିଜର ପ୍ରଥମ ଓ ଅନ୍ତିମ ଟେଷ୍ଟରେ ଶତକ ହାସଲ କରିଥିଲେ ।

ସମ୍ବନ୍ଧିତ ଖବର

Leave A Reply

Your email address will not be published.