ଇଂଲଣ୍ଡରେ ଶତକ ଅର୍ଜନରେ ଋଷବ ପ୍ରଥମ ଭାରତୀୟ ଓ୍ଵିକେଟ୍‌ ରକ୍ଷକ

ଇଂଲଣ୍ଡରେ ଶତକ ଅର୍ଜନ କରିବାରେ ଋଷବ ପନ୍ତ୍‌ ମଙ୍ଗଳବାର ପ୍ରଥମ ଭାରତୀୟ ଓ୍ଵିକେଟ୍‌ ରକ୍ଷକ ହୋଇଛନ୍ତି। ସେ ମଧ୍ୟ ଆଜି ନିଜର ପ୍ରଥମ ଅନ୍ତର୍ଜାତୀୟ ଶତକ ହାସଲ କରିବାର ଗୌରବ ଅର୍ଜନ କରିଛନ୍ତି। ଏହା ପୂର୍ବରୁ ଏହି ଦିଲ୍ଲୀ ତାରକା ପ୍ରଥମଶ୍ରେଣୀ କ୍ରିକେଟ୍‌ରେ ଦକ୍ଷିଣ ଆଫ୍ରିକା, ନ୍ୟୁଜିଲାଣ୍ଡ ଏବଂ ଅଷ୍ଟ୍ରେଲିଆରେ ଶତକ ଅର୍ଜନ କରି ସାରିଛନ୍ତି। ଋଷବ ମଧ୍ୟ ଏସିଆ ବାହାରେ ଟେଷ୍ଟ ଶତକ ଅର୍ଜନ କରିବାରେ ଭାରତର ସର୍ବକନିଷ୍ଠ ଓ୍ଵିକେଟ୍‌ ରକ୍ଷକ ହେବାର କୀର୍ତ୍ତିମାନ କରିଛନ୍ତି। ଋଷବ ଚଳିତ ଗସ୍ତରେ ଟ୍ରେଣ୍ଟବ୍ରିଜ୍‌ଠାରେ ଟେଷ୍ଟ ଜୀବନ ଆରମ୍ଭ କରିଥିଲେ। ସେ ୭୮ ବଲ୍‌ରୁ ଅର୍ଧଶତକ (୭ ଚୌକା, ୧ ଛକା) ପୂରଣ କରିଥିଲେ। ସେହିଭଳି ୧୧୭ ବଲ୍‌ରୁ ୧୪ ଚୌକା ଏବଂ ୩ ଛକା ବଳରେ ତିନି ଅଙ୍କ ଛୁଇଁଥିଲେ। ଆଦିଲ ରସିଦଙ୍କୁ ଏକ ବିଶାଳ ଛକା ମାରି ସେ ଶତକ ପୂରଣ କରିଥିଲେ।

ସମ୍ବନ୍ଧିତ ଖବର