ଆତ୍ମବିଶ୍ବାସର ସହ ପଡ଼ିଆକୁ ଓହ୍ଳାଇବୁ: ରଶ୍ମି

ଗ୍ରୁପରେ ଶୀର୍ଷ ସ୍ଥାନ ଅଧିକାର କରିବା ହେଉଛି ଆମର ଦୀର୍ଘ ମିଆଦି ଲକ୍ଷ୍ୟ। ହେଲେ ଆମେ ଏକ ସମୟରେ କେବଳ ଗୋଟିଏ ମ୍ୟାଚ୍‌ କଥା ଚିନ୍ତା କରିବୁ। ଘରୋଇ ମ୍ୟାଚ୍ ଉପରେ ଆମର ସ୍ବତନ୍ତ୍ର ଧ୍ୟାନ ରହିବ। ଋତୁର ପ୍ରଥମ ମ୍ୟାଚ୍ ହୋଇଥିବାରୁ ପିଲାମାନେ ଟିକିଏ ଚାପରେ ରହିବା ସ୍ବାଭାବିକ। ହେଲେ ମୁଁ ତାଙ୍କୁ ଭଲ ପ୍ରସ୍ତୁତି କରାଇଛି। ସେମାନେ ଦୃଢ଼ ସଂକଳ୍ପ ଏବଂ ଆତ୍ମବିଶ୍ବାସର ସହ ପଡ଼ିଆକୁ ଓହ୍ଲାଇବେ। ପିଲାମାନେ ଭଲ କରିବା ଲାଗି ପୂରା ଭୋକିଲା ଅଛନ୍ତି। କିଟ୍‌ରେ ଆମେ ମାତ୍ର ୪ ଦିନ ହେବ ଅଭ୍ୟାସ କରୁଛୁ। ତଥାପି ପିଚ୍ ତୃତୀୟ ଦିନ ବେଳକୁ ସ୍ପିନରଙ୍କୁ ସୁହାଇବ ବୋଲି ମୁଁ ଭାବୁଛି। ବ୍ୟାଟିଂରେ ବିପ୍ଳବ, ପୋଦ୍ଦାର ଆମ ମେରୁଦଣ୍ଡ, ବୋଲିଂରେ ବସନ୍ତ ମହାନ୍ତିଙ୍କ ଉପରେ ଦଳ ଅଧିକ ନିର୍ଭରଶୀଳ ରହିବ ‌ବୋଲି ଭାବୁଛି। ବସନ୍ତ ଯୁବ ବୋଲରଙ୍କ ମାର୍ଗଦର୍ଶନ କରିବେ। ଆମ ପାଖରେ ଏକ ସନ୍ତଳିତ ଦଳ ଅଛି । ହରିଆଣା ବି ଏକ ଭଲ ଦଳ। ହେଲେ ଆମେ ଆମ ଶକ୍ତି ଅନୁସାରେ ଯୋଜନା କରିବୁ। ଅମିତ ମିଶ୍ର ନଥିବାରୁ ଉଭୟ ଦଳ ଭିତରେ ବଡ଼ ଫରକ ନାହିଁ ବୋଲି ଭାବୁଛି। ଆମେ ପ୍ରତିପକ୍ଷର କେବଳ ଜଣେ ଦି ଜଣ ପିଲାଙ୍କ ଉପରେ ଧ୍ୟାନ କେନ୍ଦ୍ରୀଭୂତ କରିବୁନି ବୋଲି ଓଡ଼ିଶା ପ୍ରଶିକ୍ଷକ ରଶ୍ମି ରଂଜନ ପରିଡ଼ା ‘ସମ୍ବାଦ’କୁ କହିଛନ୍ତି।

ସମ୍ବନ୍ଧିତ ଖବର