ରଶ୍ମିଙ୍କ କ୍ରିକେଟ୍ କ୍ଲିନିକ୍‌ ୨୨ରୁ

ଭୁବନେଶ୍ବର,: ନିଆରା ତଥା ସ୍ବୟଂସମ୍ପୂର୍ଣ୍ଣ ଢ଼ଙ୍ଗରେ ପ୍ରଶିକ୍ଷଣ ପ୍ରଦାନ କରୁଥିବା ଓଡ଼ିଶାର ସଫଳତମ ରଣଜୀ କ୍ରିକେଟର୍‌ ରଶ୍ମିରଂଜନ ପରିଡ଼ାଙ୍କ କ୍ରିକେଟ୍‌ କ୍ଲିନିକ୍ ଏପ୍ରିଲ୍‌ ୨୨ ତାରିଖରୁ ମେ’ ୧୨ ତାରିଖ ପର୍ଯ୍ୟନ୍ତ ଚାଲିବ। ଏଥିରେ ୧୦ରୁ ୧୬ ବର୍ଷ ବୟସର ଖେଳାଳି ଭାଗ ନେଇପାରିବେ। ବିଶେଷ କଳା କୌଶଳ ପ୍ରଦାନ କରୁଥିବା ଏହି ଶିବିରରେ ନାମ ପଞ୍ଜିକରଣ କରିବା ଲାଗି ଏପ୍ରିଲ୍‌ ୯କୁ ଶେଷ ତାରିଖ ଧାର୍ଯ୍ୟ କରାଯାଇଛି। ଗତବର୍ଷର ଅଦ୍ଭୂତପୂର୍ବ ସଫଳତା ପରେ ଏହାକୁ ଧାରାରେ ପରିଣତ କରିଛନ୍ତି ଦୁଇ ଥର ରଣଜୀ ବିଜେତା ରଶ୍ମି। ତାଙ୍କ ସହିତ ରଣଜୀ ଟ୍ରେନର ମନୋଜ ବିଶ୍ବାଳ ମଧ୍ୟ ତାଲିମ ପ୍ରଦାନ କରିବେ। ବର୍ତମାନ ରାଜ୍ୟ ବରିଷ୍ଠ ଦଳର ପ୍ରଶିକ୍ଷକ ଥିବା ରଶ୍ମିଙ୍କ ଏହି ଶିବିରର ଫାଇଦା ନେବା ଲାଗି ମୋବାଇଲ୍ ନମ୍ବର ୯୮୬୧୦ ୪୮୧୧୯ କିମ୍ବା ୭୯୭୮୯୫୯୬୧୦ରେ ଯୋଗାଯୋଗ କରିବାକୁ ଅନୁରୋଧ କରାଯାଇଛି।

ସମ୍ବନ୍ଧିତ ଖବର