ରାଇଜିଂ ଷ୍ଟୁଡେଣ୍ଟ୍‌ର ଦ୍ୱିତୀୟ ବିଜୟ

କଟକ: ସିଲଙ୍ଗରେ ଚାଲିଥିବା ଭାରତୀୟ ମହିଳା ପୁଟବଲ୍‌ ଲିଗ୍‌ରେ ରାଇଜିଂ ଷ୍ଟୁଡେଣ୍ଟ୍‌ ଦ୍ୱିତୀୟ ବିଜୟ ହାସଲ କରିଛି। ବୁଧବାର ରାଇଜିଂ ୬-୧ ଗୋଲ୍‌ରେ ଇନ୍ଦିରାଗାନ୍ଧୀ ଏକାଡେମିକୁ ପରାସ୍ତ କରିଛି। ପ୍ରଥମ ମିନିଟରୁ ପ୍ୟାରୀ ଖାଖା ଗୋଲ୍‌ ଅଭିଯାନ ଆରମ୍ଭ କରିଥିଲା ବେଳେ ନବମ ମିନିଟ୍‌ରେ ବ୍ୟକ୍ତିଗତ ଦ୍ୱିତୀୟ ଗୋଲ୍‌ ଦେଇଥିଲେ। ୨୭ ମିନିଟ୍‌ରେ ଅଞ୍ଜୁ ତମଙ୍ଗ ଖାତା ଖୋଲିବା ସହ ପ୍ରଥମାର୍ଧ ସୁଦ୍ଧା ରାଇଜିଂକୁ ୩-୦ ଗୋଲ୍‌ରେ ଆଗରେ ରଖିଥିଲେ। ଦ୍ୱିତୀୟାର୍ଧରେ ସଂଜୁ ୫୦ ମିନିଟ୍‌ରେ ମ୍ୟାଚ୍‌ର ଚତୁର୍ଥ ଗୋଲ ଦେଇଥିଲେ। ତେବେ ୫୪ତମ ମିନିଟ୍‌ରେ ଇନ୍ଦିରାଗାନ୍ଧୀ ଏକାଡେମିର ଆମସାଭଲି ନାରାୟନନ୍‌ ଗୋଟିଏ ଗୋଲ ଶୁଝି ଦେଇଥିଲେ। ଶେଷ ଆଡ଼କୁ ୮୩ ଓ ୮୭ ମିନିଟ୍‌ରେ ଅଂଜୁ ଓ ସଞ୍ଜୁ ନିଜ ନିଜର ଦ୍ୱିତୀୟ ଗୋଲ୍‌ ବଳରେ ରାଇଜିଂକୁ ଏକତରଫା ବିଜୟୀ କରାଇଥିଲେ। ଆସନ୍ତା ୮ ତାରିଖରେ ରାଇଜିଂ ଷ୍ଟୁଡେଣ୍ଟ୍‌ ଶେଷ ଲିଗ୍‌ ମ୍ୟାଚ୍‌ରେ ଇଣ୍ଡିଆନ୍‌ ରସ୍‌ ସକର୍ସ କ୍ଲବ୍‌କୁ ଭେଟିବ।

ସମ୍ବନ୍ଧିତ ଖବର