ରସେଲ୍‌ଙ୍କ ଅଭିଯାନ ଶେଷ

ମାଞ୍ଚେଷ୍ଟର: ୱେଷ୍ଟ୍‌ଇଣ୍ଡିଜ୍‌ ଅଲ୍‌ରାଉଣ୍ଡର ଆନ୍ଦ୍ରେ ରସେଲଙ୍କ ଚଳିତ ବିଶ୍ବକପ୍‌ ଅଭିଯାନ ଶେଷ ହୋଇଯାଇଛି। ତାଙ୍କ ଆଣ୍ଠୁରେ ଆଘାତ ଲାଗିଥିବାରୁ ସେ ଗତ ୩ ମ୍ୟାଚ୍‌ରେ ପୂରା ୧୦ ଓଭର ବୋଲିଂ କରିପାରିନଥିଲେ। ଚଳିତ ବିଶ୍ବକପ୍‌ରେ ପାକିସ୍ତାନ ବିପକ୍ଷ ଦଳର ପ୍ରଥମ ମ୍ୟାଚ୍‌ରେ ୪ ରନ୍‌ରେ ୨ ୱିକେଟ୍‌ ଦଖଲ କରିବା ପରଠୁ ଆଣ୍ଠୁ ଯନ୍ତ୍ରଣା ବଢ଼ିବାରେ ଲାଗିଥିଲା। ଯଦିଓ ସେ ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚ୍‌କୁ ଫେରିଥିଲେ, ତଥାପି ଦ୍ବିତୀୟ ଦଫା ବୋଲିଂ କରିନଥିଲେ। ଏହାପରେ ଇଂଲଣ୍ଡ ବିପକ୍ଷ ମ୍ୟାଚ୍‌ରେ ୨ ଓଭର ଏବଂ ବାଂଲାଦେଶ ବିପକ୍ଷ ମ୍ୟାଚ୍‌ରେ ୬ ଓଭର ବୋଲିଂ କରିଥିଲେ। କିନ୍ତୁ ନ୍ୟୁଜିଲାଣ୍ଡ୍‌ ବିପକ୍ଷ ମ୍ୟାଚ୍‌ରୁ ବାଦ୍‌ ପଡ଼ିଥିଲେ। ଏବେ ଆସନ୍ତା ୨୭ ତାରିଖ ‌ଭାରତ ବିପକ୍ଷ ମ୍ୟାଚ୍‌ ପୂର୍ବରୁ ତାଙ୍କୁ ବିଶ୍ବକପ୍‌ରୁ ପୂରା ବାଦ୍‌ ଦିଆଯାଇଛି।

ସମ୍ବନ୍ଧିତ ଖବର