ପରିସଂଖ୍ୟାନରେ ଆର୍‌ସିବି ପଛୁଆ

ପୂର୍ବ ପରିସଂଖ୍ୟାନରେ କିନ୍ତୁ ଚେନ୍ନାଇ ସୁପରକିଙ୍ଗ୍ସ ପ୍ରତିପକ୍ଷ ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋରଠାରୁ ଢେର ଆଗରେ ରହିଛି। ଉଭୟ ଦଳ ୨୩ଥର ପରସ୍ପରର ସମ୍ମୁଖୀନ ହୋଇଥିଲା ବେଳେ ଚେନ୍ନାଇ ୧୫ ଥର ବିଜୟୀ ହୋଇଛି। ବାଙ୍ଗାଲୋର ମାତ୍ର ୭ ମ୍ୟାଚ୍ ଜିତିଥିଲା ବେଳେ ଗୋଟିଏ ମୁକାବିଲା ଟାଇ ରହିଛି। ଚେନ୍ନାଇରେ ଖେଳା ଯାଇଥିବା ୭ ମ୍ୟାଚ୍‌ରେ କିନ୍ତୁ ଚେନ୍ନାଇ ୬ ବିଜୟ ହାସଲ କରିଛି। ଚେନ୍ନାଇରେ ବାଙ୍ଗାଲୋର ଏପର୍ଯ୍ୟନ୍ତ ଧୋନିଙ୍କ ଦଳକୁ ଥରେ ହେଲେ ବି ହରାଇ ପାରିନାହିଁ। ବେଙ୍ଗାଲୁରୁରେ ଖେଳା ଯାଇଥିବା ୮ ମ୍ୟାଚ୍‌ରୁ ଚେନ୍ନାଇ ୪ ଜିତିଥିଲା ବେଳେ ଆରସିବି ୩ ଜିତିଛି। ଗୋଟିଏ ମ୍ୟାଚ୍ ଟାଇ ରହିଛି।

ଆରସିବି ବନାମ ସିଏସ୍‌କେ ମୋଟ ଚେନ୍ନାଇରେ ବେଙ୍ଗାଲୁରୁରେ ନିରପେକ୍ଷ
ମ୍ୟାଚ୍ ୨୩ ୭ ୮ ୮
ସିଏସକେ ବିଜୟ ୧୫ ୬ ୪ ୫
ଆରସିବି ବିଜୟ ୭ ୧ ୩ ୩
ଟାଇ ୧ ୦ ୧ ୦

ସମ୍ବନ୍ଧିତ ଖବର