ପୁନଃନିର୍ମିତ ବିଜୁ ପଟ୍ଟନାୟକ ସନ୍ତରଣାଗାର ଉଦ୍‌ଘାଟିତ

ଭୁବନେଶ୍ୱର: କ୍ରୀଡ଼ା ମନ୍ତ୍ରୀ ଚନ୍ଦ୍ରସାରଥୀ ବେହେରା କଳିଙ୍ଗ ଷ୍ଟାଡିୟମ୍‌ ପରିସରରେ ପୁନଃନିର୍ମିତ ବିଜୁ ପଟ୍ଟନାୟକ ସନ୍ତରଣାଗାରକୁ ଶନିବାର ଉଦ୍‌ଘାଟିତ କରିଛନ୍ତି। ଆନ୍ତର୍ଜାତିକ ମାନର ଏହି ସନ୍ତରଣାଗାର (୫୦ ମିଟର x ୨୫ ମିଟର x ୨ ମିଟର ଆକାର ବିଶିଷ୍ଟ) ଅଲିମ୍ପିକ୍‌ ପଦ୍ଧତିରେ ନିର୍ମିତ ହୋଇଥିବା ମନ୍ତ୍ରୀ କହିଥିଲେ। ଇଡ୍‌କୋ ୫ ମାସ ମଧ୍ୟରେ ପୁନଃନିର୍ମାଣ କାର୍ଯ୍ୟ ଶେଷ କରିଥିବାରୁ ମନ୍ତ୍ରୀ ଧନ୍ୟବାଦ ଜଣାଇଥିଲେ। ନୂଆ ସନ୍ତରଣାଗାର ରାଜ୍ୟ ତଥା ଭୁବନେଶ୍ୱରର ଆଗ୍ରହୀ ପ୍ରତିଯୋଗୀଙ୍କୁ ଏହି କ୍ରୀଡ଼ା ପାଇଁ ଉତ୍ସାହିତ କରିବ ବୋଲି ଜନସାଧାରଣଙ୍କ ପାଇଁ ଉତ୍ସର୍ଗ ଅବସରରେ ମନ୍ତ୍ରୀ କହିଥିଲେ। ଏହି ନୂଆ ସନ୍ତରଣାଗାର ବ୍ୟତୀତ ଛୋଟଛୋଟ ପିଲାଙ୍କ ପାଇଁ ଭିନ୍ନ ଏକ ସନ୍ତରଣାଗାର (୨୫ ମିଟର x୧୨ ମିଟର x ୨ ମିଟର ଆକାର ବିଶିଷ୍ଟ) ନିର୍ମାଣ ଚାଲିଛି ଏବଂ ଖୁବ୍‌ ଶୀଘ୍ର ଏହା ଶେଷ ହେବ ବୋଲି ସେ କହିଥିଲେ। ଉଦ୍‌ଘାଟନ ଅବସରରେ ମନ୍ତ୍ରୀଙ୍କ ବ୍ୟତୀତ କ୍ରୀଡ଼ା ସଚିବ ବିଶାଲ୍‌ ଦେବ ଏବଂ କ୍ରୀଡ଼ା ନିର୍ଦେଶକ ଭିନିଲ କ୍ରିଷ୍ଣା ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର