ଜାତୀୟ ଟିଟି ପାଇଁ ପ୍ରସ୍ତୁତି ବୈଠକ

କଟକ: ଆସନ୍ତାବର୍ଷ ଜାନୁଆରି ୪ରୁ ୯ ତାରିଖ ପର୍ଯ୍ୟନ୍ତ ଜବାହାରଲାଲ୍‌ ନେହେରୁ ଇଣ୍ଡୋର ଷ୍ଟାଡିୟମରେ ହେବାକୁଥିବା ଜାତୀୟ ଟେବୁଲ୍‌ ଟେନିସ୍‌ ପ୍ରତିଯୋଗିତା ପାଇଁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି। ଗୁରୁବାର ସଂଧ୍ୟାରେ ସଚିବାଳୟରେ ରାଜ୍ୟ ଟେବୁଲ୍‌ ଟେନିସ୍‌ ସଂଘର ସଭାପତି ତଥା ଏମ୍‌ଏସ୍‌ଏମ୍‌ଇ ବିଭାଗର ଅତିରିକ୍ତ ସଚିବ ଏଲ୍‌ଏନ୍‌ ଗୁପ୍ତାଙ୍କ ଅଧ୍ୟକ୍ଷତାରେ ବୈଠକ ଆୟୋଜିତ ହୋଇଥିଲା। କ୍ରୀଡ଼ା ନିର୍ଦେଶକ ଆର୍‌ ଭିନୀଲ କ୍ରୀଷ୍ଣା ଖେଳାଳିମାନଙ୍କ ରହିବା, ଖାଇବା, ସୁରକ୍ଷା, ଖର୍ଚ୍ଚ ଅଟକଳ ବାବଦରେ ପଚାରି ବୁଝିଥିଲେ। ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ ସଂଘ ଅଧ୍ୟକ୍ଷ ତଥା ପୂର୍ବତନ ମୁଖ୍ୟ ଶାସନ ସଚିବ ଡିପି ବାଗ୍‌ଚି, ଉପ ସଭାପତି ଅନୁପ ମହାପାତ୍ର, ସମ୍ପାଦକ ରବୀନ୍ଦ୍ର କୁମାର ପରିଡ଼ା, ସ୍ୱତନ୍ତ୍ର ଅଧିକାରୀ ଜ୍ଞାନରଂଜନ ପରିଡ଼ା ପ୍ରମୁଖ ଏହି ବୈଠକରେ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର