ସ୍ପେନ୍‌ ଫୁଟବଲ୍‌ ସହ ସଂପର୍କ ତୁଟାଇଲେ ହିଏରୋ 

ମାଦ୍ରିଦ: ରୁଷିଆ ଫିଫା ବିଶ୍ୱକପ୍‌ରେ ପୂର୍ବ ବିଜେତା ସ୍ପେନର ମୁଖ୍ୟ ପ୍ରଶିକ୍ଷକ ଦାୟିତ୍ୱ ତୁଲାଇଥିବା ଫର୍ନାଣ୍ଡୋ ହିଏରୋ ନିଜ ପଦରୁ ଇସ୍ତଫା ଦେଇଛନ୍ତି। ବିଶ୍ୱକପ୍‌ ଆରମ୍ଭ ହେବାର ମାତ୍ର ଦୁଇ ଦିନ ପୂର୍ବରୁ ସ୍ପେନର ପ୍ରଶିକ୍ଷକ ପଦ ପାଇଥିବା ହିଏରୋ ପୂର୍ବରୁ ଏହି ଦଳର କ୍ରୀଡ଼ା ନିର୍ଦେଶକ ଥିଲେ। ହେଲେ ସ୍ପେନ୍‌ ତା ବିଶ୍ୱକପ୍‌ ଅଭିଯାନ ଆରମ୍ଭ କରିବାର ଠିକ୍‌ ପୂର୍ବରୁ ନିୟମିତ ପ୍ରଶିକ୍ଷକ ଜୁଲେନ୍‌ ଲୋପେଟେଗୁଇଙ୍କୁ ବିଦା କରି ତାଙ୍କୁ ଏହି ପଦରେ ଅବସ୍ଥାପିତ କରିଥିଲା। ବିଶ୍ୱକପ୍‌ ପରେ ରିଅଲ ମାଦ୍ରିଦ ଦଳର ପ୍ରଶିକ୍ଷକ ଦାୟିତ୍ୱ ଗ୍ରହଣ କରିବେ ବୋଲି ଜୁଲେନ୍‌ ଘୋଷଣା କରିବା ପରେ ଦଳରେ ବିଭାଜନ ଆଶଙ୍କା କରି ସ୍ପେନ୍‌ ଫୁଟବଲ୍‌ ସଂଘ ତାଙ୍କୁ ଅଚାନକ ବିଦା କରି ଦେଇଥିଲା। ହେଲେ ବିଶ୍ୱକପ୍‌ର ଅନ୍ୟତମ ଦାବିଦାର ଭାବେ ଅଭିଯାନ ଆରମ୍ଭ କରିଥିବା ସ୍ପେନ୍‌ ପ୍ରି-କ୍ୱାର୍ଟରରେ ଆୟୋଜକ ରୁଷିଆଠାରୁ ପେନାଲ୍ଟି ସୁଟଆଉଟ୍‌ରେ ହାରି ବିଦାୟ ନେଇଥିଲା। ଯାହାକୁ ନେଇ ସ୍ପନ୍‌ରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା। ଏଥିରେ ମର୍ମାହତ ହିଏରୋ ପ୍ରଶିକ୍ଷକ ପଦ ଛାଡ଼ିବା ସହ ନିଜ ପୁରୁଣା ପଦକୁ ଫେରିବାକୁ ମଧ୍ୟ ମନା କରି ଦେଇଛନ୍ତି।

ସମ୍ବନ୍ଧିତ ଖବର