ରିଷଭ ପନ୍ଥଙ୍କ ବିସ୍ଫୋରକ ଶତକ, ଦିଲ୍ଲୀ ୧୮୭/୫

ନୂଆଦିଲ୍ଲୀ : ଦିଲ୍ଲୀର ଫିରୋଜଶାହା କୋଟଲା ଷ୍ଟାଡିୟମଠାରେ ଚାଲଥିବା ଆଇପିଏଲ ୨୦୧୮ର ୪୨ତମ ମ୍ୟାଚରେ ଦିଲ୍ଲୀ ଡେୟାରଡେଭିଲ୍ସ ସନରାଇଜର୍ସ ହାଇଦ୍ରାବାଦ ଆଗରେ ୧୮୮ ରନର ବିଜୟ ଲକ୍ଷ୍ୟ ରଖିଛି । ଦିଲ୍ଲୀର ଅଧିନାୟକ ଶ୍ରେୟାସ ଆୟାର ଟସ ଜିଣି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ । ଦଳ ଆରମ୍ଭରୁ ବ୍ୟାଟିଂ ବିପର୍ଯ୍ୟୟ ସମ୍ମୁଖୀନ ହୋଇଥିବାବେଳେ ରିସଭ ପନ୍ଥ ଓ ହର୍ଷଲ ପଟେଲଙ୍କ ଗୁରୁତ୍ୱପୂର୍ଣ୍ଣ ପାର୍ଟନରସିପ ବଳରେ ଦଳକୁ ବିପର୍ଯ୍ୟରୁ ରକ୍ଷା କରିଥିଲେ ।

ରିସଭ ପନ୍ଥ ଚିତ୍ତାକର୍ଷକ ବ୍ୟାଟିଂ ପ୍ରଦର୍ଶନ କରି ମାତ୍ର ୫୬ ବଲରେ ୪ ଛକା ଓ ୧୩ ଚୌକା ସହ ନିଜର ଶତକ ପୂରଣ କରିଥିଲେ । ଶତକ କରିବା ପରେ ମଧ୍ୟ ସେ ନିଜର ବିସ୍ଫୋରକ ବ୍ୟାଟିଂ ଅବ୍ୟାହତ ରଖିଥିଲେ । ଇନିଙ୍ଗସ ଶେଷ ବେଳକୁ ସେ ୭ ଛକା ଓ ୧୫ ଚୌକା ସହ ମୋଟ ୧୨୮ ରନ କରି ଅପରାଜିତ ରହିଥିଲେ । ତାଙ୍କର ଏହି ଶତକ ବଳରେ ଦିଲ୍ଲୀ ୫ ଓ୍ଵିକେଟ ହରାଇ ୧୮୭ ରନ ସଂଗ୍ରହ କରିଥିଲା । ହାଇଦ୍ରାବାଦ ତରଫରୁ ସାକିବୁଲ ହସନ ୨୭ ରନ ଦେଇ ୨ଟି ଓ୍ଵିକେଟ ନେଇଥିଲେ ।

ଚଳିତ ବର୍ଷର ଆଇପିଏଲରେ ଦିଲ୍ଲୀର ପ୍ରଦର୍ଶନ ନୈରାଶ୍ୟଜନକ ରହିଆସିଛି । ଏହା ୧୦ଟି ମ୍ୟାଚ ଖେଳି ୭ ପରାଜୟ ଓ ୩ଟି ବିଜୟ ମାତ୍ର ୬ ପଏଣ୍ଟ ପାଇ ପଏଣ୍ଟ ଟେବୁଲର ତଳେ ରହିଛି ।

ସମ୍ବନ୍ଧିତ ଖବର