ଋତୁପର୍ଣ୍ଣା ଟୋକିଓ ଅଲିମ୍ପିକ୍ସ ଖେଳିବାର ଯଥେଷ୍ଟ ସମ୍ଭାବନା ରହିଛି:ଗୋପୀଚାନ୍ଦ

ଋତୁପର୍ଣ୍ଣ ପଣ୍ଡା ଏବେ ବହୁତ ଭଲ ଖେଳୁଛନ୍ତି। ସ୍ବଳ୍ପ ବୟସରେ ସେ ଅନ୍ତର୍ଜାତୀୟ ସଫଳତା ହାସଲ କରି ସାରିଲେଣି। ତାଙ୍କ ଅଗ୍ରଗତି ନେଇ ମୁର୍ ବହୁତ ଖୁସି। ଏସୀୟ କ୍ରୀଡ଼ାରେ ମଧ୍ୟ ସେ ଭଲ ପ୍ରଦର୍ଶନ କରିଥିଲେ। ଏହିଭଳି ପ୍ରଦର୍ଶନ ଜାରି ରଖିଲେ ୨୦୨୦ ଟୋକିଓ ଅଲିମ୍ପିକ୍ସ ଲାଗି ସେ ଭାରତୀୟ ଦଳରେ ସ୍ଥାନ ପାଇବାର ଯଥେଷ୍ଟ ସମ୍ଭାବନା ରହିଛି। ଜାତୀୟ ବ୍ୟାଡମିଣ୍ଟନ ପ୍ରଶିକ୍ଷକ ପୁଲେଲା ଗୋପୀଚାନ୍ଦ ଏହା କହିଛନ୍ତି। ସେହିଭଳି ୨୦୨୦ ସୁଦ୍ଧା ଭୁବନେଶ୍ବରରେ ଓଡ଼ିଶା ବ୍ୟାଡମିଣ୍ଟନ ଉତ୍କର୍ଷକେନ୍ଦ୍ର କାର୍ଯ୍ୟକ୍ଷମ ହୋଇଯିବ ବୋଲି ସୂଚନା ଦେଇଛନ୍ତି। ଓଡ଼ିଶାରେ ପ୍ରତିଭାର ଅଭାବ ନାହିଁ । ଏହି କେନ୍ଦ୍ର କାର୍ଯ୍ୟ ଆରମ୍ଭ କଲେ ଓଡ଼ିଶାରୁ ଆହୁରି ଅନେକ ଋତୁପର୍ଣ୍ଣ ସୃଷ୍ଟି ହୋଇ ପାରିବେ ବୋଲି ସେ ଆଶା ପ୍ରକାଶ କରିଥିଲେ। ହାଇଦ୍ରାବାଦରେ ଥିବା ତାଙ୍କ ଏକାଡେମିଠାରୁ ଓଡ଼ିଶା ଉତ୍କର୍ଷକେନ୍ଦ୍ରରେ ଆହୁରି ଭଲ ଖେଳାଳି ସୃଷ୍ଟି ହେବେ ବୋଲି ସେ ଦୃଢ଼ତାର ସହ କହିଛନ୍ତି।

ସମ୍ବନ୍ଧିତ ଖବର