ଜଗତପୁରକୁ ୬ ପଦକ:ଏସୀୟ ଇନ୍‌ଡୋର୍‌ ରୋଇଂ

ଭୁବନେଶ୍ବର: ଏସୀୟ ଇନ୍‌ଡୋର୍‌ ରୋଇଂ ପ୍ରତିଯୋଗିତାରେ ଜଗତପୁରସ୍ଥିତ ସାଇ ଜଳକ୍ରୀଡ଼ା କେନ୍ଦ୍ରକୁ ସଫଳତା ମିଳିଛି। ଏଠାରେ ପ୍ରଶିକ୍ଷଣ ନେଉଥିବା ଖେଲୋ ଇଣ୍ଡିଆର ଦୁଇ ପ୍ରଶିକ୍ଷାର୍ଥୀ ବ୍ୟାଙ୍କକ୍‌ରେ ଗତ ମାସ ୨୭-୩୧ ତାରିଖ ପର୍ଯ୍ୟନ୍ତ ଆୟୋଜିତ ଏହି ପ୍ରତିଯୋଗିତାରେ ୫ ସ୍ବର୍ଣ୍ଣ ଓ ଗୋଟିଏ ‌ରୌପ୍ୟ ସହ ୬ ପଦକ ଜିତି କେନ୍ଦ୍ରର ଗୌରବ ବଢ଼ାଇଛନ୍ତି। ପଞ୍ଜାବର ସାଗନଦୀପ ସିଂହ ୩ ସ୍ବର୍ଣ୍ଣ ଜିତିଥିଲା ବେଳେ ମହାରାଷ୍ଟ୍ରର ସାଲଗାଁଓକର ୨ ସ୍ବର୍ଣ୍ଣ ଓ ଗୋଟିଏ ରୌପ୍ୟ ଜିତିଥିଲେ।

ସମ୍ବନ୍ଧିତ ଖବର