କରୋନା ସହାୟତା, ରୋହିତ ଦେଲେ ୮୦ ଲକ୍ଷ

୩ ଲକ୍ଷ ଟଙ୍କା ଦାନ କଲେ ନୀରଜ

ମୁମ୍ବାଇ: ଦ୍ରୁତ ଗତିରେ ବ୍ୟାପୁଥିବା ମହାମାରୀ କରୋନାର ମୁକାବିଲା ପାଇଁ ଭାରତୀୟ ବ୍ୟାଟ୍ସମ୍ୟାନ୍ ରୋହିତ ଶର୍ମା ୮୦ ଲକ୍ଷ ଟଙ୍କା ଦାନ କରିଛନ୍ତି। ଦିନିକିଆ ଦଳର ଉପଅଧିନାୟକ ରୋହିତ ପ୍ରଧାନମନ୍ତ୍ରୀ ସୁରକ୍ଷା ପାଣ୍ଠିକୁ ୪୫ ଲକ୍ଷ ଏବଂ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ୨୫ ଲକ୍ଷ ଟଙ୍କା ଦାନ କରିଛନ୍ତି। ଏଥିସହ ସେ ଜାତୀୟ ଲକ୍‌ଡାଉନ୍‌ରେ ଅସୁବିଧାରେ ପଡ଼ିଥିବା ପରିବାରକୁ ସହାୟତା ଦେବା ଲାଗି ‘ଜୋମାଟୋ ଫିଡିଂ ଇଣ୍ଡିଆ’କୁ ୫ ଲକ୍ଷ ଟଙ୍କା ଏବଂ ଅବଶିଷ୍ଟ ୫ ଲକ୍ଷ ଟଙ୍କାକୁ ବୁଲା କୁକୁରମାନଙ୍କ ସହାୟତା ପାଇଁ ପ୍ରଦାନ କରିଛନ୍ତି। ରୋହିତଙ୍କ ପୂର୍ବରୁ ଏହି ବିପଦ ସମୟରେ ବ୍ୟାଟିଂ କିଂବଦନ୍ତି ସଚିନ ତେନ୍ଦୁଲକର, ଭାରତୀୟ ଅଧିନାୟକ ବିରାଟ କୋହଲି, ଅଜିଙ୍କ୍ୟ ରାହାଣେ ଏବଂ ସୁରେଶ ରାଇନାଙ୍କ ସହ ବହୁ କ୍ରୀଡ଼ାବିତ ସହାୟତାର ହାତ ବଢ଼ାଇଛନ୍ତି।

୩ ଲକ୍ଷ ଟଙ୍କା ଦାନ କଲେ ନୀରଜ
ପତିଆଲା: ସଂପ୍ରତି ଭାରତରେ ଦେଖାଯାଇଥିବା ମହାମାରୀ କରୋନାର ମୁକାବିଲା ଲାଗି ଏସୀୟ କ୍ରୀଡ଼ା ସ୍ବର୍ଣ୍ଣ ବିଜେତା ନୀରଜ ଚୋପ୍ରା ସହାୟତାର ହାତ ବଢ଼ାଇଛନ୍ତି। ସେ ମଙ୍ଗଳବାର କେନ୍ଦ୍ର ଓ ହରିଆଣା ରାଜ୍ୟ ରିଲିଫ୍‌ ପାଣ୍ଠିକୁ ୩ ଲକ୍ଷ ଟଙ୍କା ଦାନ କରିଛନ୍ତି। ମୁଁ ୨ ଲକ୍ଷ ଟଙ୍କା ପ୍ରଧାନମନ୍ତ୍ରୀ ସୁରକ୍ଷା ପାଣ୍ଠିକୁ ଏବଂ ହରିଆଣା କୋଭିଡ ପାଣ୍ଠିକୁ ୧ ଲକ୍ଷ ଟଙ୍କା ପ୍ରଦାନ କରୁଛି। ମୋର ବିଶ୍ବାସ ଆମେ ସମସ୍ତେ ଏଭଳି ଘଡ଼ିସନ୍ଧି ମୂହୁର୍ତ୍ତରେ ସକ୍ଷମ ଅନୁସାରେ ସାହାଯ୍ୟ କରିବା ବୋଲି ଏହି ରାଜ୍ୟଗୋଷ୍ଠୀ କ୍ରୀଡ଼ା ସ୍ବର୍ଣ୍ଣ ବିଜେତା ଟ୍ବିଟର୍‌ରେ ଆହ୍ବାନ କରିଛନ୍ତି। ସୂଚନାଯୋଗ୍ୟ ଯେ ତୁର୍କିରୁ ଫେରିବା ପରେ ନୀରଜ ପତିଆଲାସ୍ଥିତ ଏନ୍‌ଆଇଏସ୍‌ଠାରେ ସଂଗରୋଧରେ ରହିଛନ୍ତି। ପାନିପତର ଏହି ଜାଭଲିନ୍‌ ଫିଙ୍ଗାଳି ଟୋକିଓ ଅଲିମ୍ପିକ୍ସକୁ ଯୋଗ୍ୟତା ଅର୍ଜନ କରି ସାରିଛନ୍ତି।

ସମ୍ବନ୍ଧିତ ଖବର