ରାଇନା, କୋହଲିଙ୍କ କ୍ଲବ୍‌ରେ ରୋହିତ

ମୁମ୍ବାଇ: ଟ୍ବେଣ୍ଟି-୨୦ କ୍ରିକେଟ୍‌ରେ ୮୦୦୦ରୁ ଅଧିକ ରନ୍‌ କରିବାରେ ବିରାଟ କୋହଲି ଏବଂ ସୁରେଶ ରାଇନାଙ୍କ କ୍ଲବ୍‌ରେ ସାମିଲ ହୋଇଛନ୍ତି ମୁମ୍ବାଇ ଇଣ୍ଡିଆନ୍‌ସ ଅଧିନାୟକ ରୋହିତ ଶର୍ମା। ଗୁରୁବାର ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷ ମ୍ୟାଚ୍‌ରେ ୧୨ ରନ୍‌ କରିଥିଲା ବେଳେ ତୃତୀୟ ଭାରତୀୟ ଭାବେ ସେ ଏହି ମାଇଲଖୁଣ୍ଟ ଛୁଇଁଥିଲେ। ଗୁରୁବାର ୩୦ ରନ୍‌ରେ ଆଉଟ୍ ହେଲା ବେ‌ଳକୁ ରୋହିତ କିନ୍ତୁ ମୋଟ ୮୦୧୮ ରନ୍‌ରେ ପହଞ୍ଚି ଯାଇଥିଲେ। ତାଙ୍କ ପୂର୍ବରୁ ଚେନ୍ନାଇ ସୁପର କିଙ୍ଗ୍‌ସର ବାମହାତୀ ବ୍ୟାଟ୍ସମ୍ୟାନ୍‌ ‌ସୁରେଶ ରାଇନା (୮୨୧୬) ଏବଂ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଅଧିନାୟକ ବିରାଟ କୋହଲି (୮୧୮୩) ଏହି କ୍ଲବ୍‌ରେ ରହିଛନ୍ତି। ‌‌ତେବେ ଟ୍ବେଣ୍ଟି-୨୦ରେ ସର୍ବାଧିକ ରନ୍‌ ତାଲିକାରେ ୱେଷ୍ଟ୍‌ଇଣ୍ଡିଜ୍‌ର କ୍ରିସ୍‌ ଗେଲ୍ (୧୨,୬୭୦), ନ୍ୟୁଜିଲାଣ୍ଡର ବ୍ରେଣ୍ଡନ୍‌ ମ୍ୟାକ୍‌ଲମ (୯୯୨୨) ଏବଂ ୱେଷ୍ଟ୍‌ଇଣ୍ଡିଜ୍‌ ଅଲ୍‌ରାଉଣ୍ଡର କି‌ରଣ ପୋଲାର୍ଡ (୯୯୨୨) ଯଥାକ୍ରମେ ପ୍ରଥମ ତିନି ସ୍ଥାନରେ ରହିଛନ୍ତି। ମୋଟାମୋଟି ଭାବେ ତିନି ଭାରତୀୟ ରାଇନା, କୋହଲି ଓ ରୋହିତ ଯଥାକ୍ରମେ ଷଷ୍ଠରୁ ଅଷ୍ଟମ ସ୍ଥାନ ପାଇଛନ୍ତି।

ସମ୍ବନ୍ଧିତ ଖବର