ପେନ୍‌ଙ୍କ ପରେ ପନ୍ତଙ୍କୁ ରୋହିତଙ୍କ ପ୍ରସ୍ତାବ

ମୋ ଝିଅକୁ ବି ଖେଳାଅ

ସିଡନି: ଭାରତୀୟ ଯୁବ ୱିକେଟ୍ ରକ୍ଷକ ଋଷବ ପନ୍ତଙ୍କୁ କ୍ରିକେଟ୍ ସହ ଛୁଆ ଖେଳାଇବା ଚାକିରିର ଦ୍ବିତୀୟ ପ୍ରସ୍ତାବ ଆସିଛି। ମେଲବର୍ନ ଟେଷ୍ଟ୍‌ ଅବସରରେ ପନ୍ତ୍‌ଙ୍କୁ ଅଷ୍ଟ୍ରେଲିଆ ଅଧିନାୟକ ଟିମ୍ ପେନ୍ ତାଙ୍କ ଛୁଆଙ୍କୁ ଖେଳାଇବାକୁ ଅନୁରୋଧ କରିଥିଲେ। ପତ୍ନୀଙ୍କ ସହ ବାହାରକୁ ଯିବା ଲାଗି ପନ୍ତଙ୍କୁ ପେନ୍ କ୍ରିକେଟ୍ ପଡ଼ିଆ ଭିତରେ ପରିହାସ ଛଳରେ ଏଭଳି ପ୍ରସ୍ତାବ ଦେଇଥିଲେ। ପନ୍ତ୍‌ ମଧ୍ୟ ସତକୁ ସତ ପେନ୍‌ଙ୍କ ଘରକୁ ଯାଇ କିଛି ସମୟ ତାଙ୍କ ଦୁଇ ଛୁଆଙ୍କୁ ଖେଳାଇଥିଲେ। ଏପରିକି ପେନ୍‌ଙ୍କ ପତ୍ନୀ ତାଙ୍କୁ ବିଶ୍ବର ଶ୍ରେଷ୍ଠ ଆୟାର ଉପାଧୀ ଦେଇଥିଲେ। ଏବେ ଭାରତୀୟ ବ୍ୟାଟ୍ସମ୍ୟାନ୍ ରୋହିତ ଶର୍ମା କଙ୍ଗାରୁ ଅଧିନାୟକ ପେନ୍‌ଙ୍କ ପଦାଙ୍କ ଅନୁସରଣ କରିଛନ୍ତି। ନିକଟରେ କନ୍ୟା ସନ୍ତାନର ପିତା ହୋଇଥିବା ରୋହିତ ଏବେ ଜଣେ ଆୟା ସନ୍ଧାନରେ ଥିବା ପନ୍ତ୍‌ଙ୍କୁ ଜଣାଇଛନ୍ତି। ପନ୍ତ୍‌ଙ୍କ ଶୁଭସକାଳ ବାର୍ତାର ଉତ୍ତର ଦେଇ ରୋହିତ ଲେଖିଥିଲେ ଯେ ବନ୍ଧୁ ଶୁଭସକାଳ, ଶୁଣିଲି ତୁମେ ଜଣେ ଭଲ ଆୟା, ଏବେ ମୋର ଜଣେ ଆୟା ଦରକାର। ତୁମକୁ ପାଇଲେ ରିତିକା (ରୋହିତଙ୍କ ପତ୍ନୀ) ବେଶ୍ ଖୁସି ହେବେ।

ସମ୍ବନ୍ଧିତ ଖବର