କରୋନା ଲଢେଇ : ୮୦ ଲକ୍ଷ ଦାନ କଲେ ରୋହିତ ଶର୍ମା

ନୂଆଦିଲ୍ଲୀ : ଭାରତ କରୋନା ଭାଇରସ ବିରୁଦ୍ଧରେ ଲଢେଇ କରୁଥିବାବେଳେ ବିଭିନ୍ନ କ୍ଷେତ୍ରରୁ ସହାୟତାର ହାତ ଲମ୍ବିଆସିଛି । ଶିଳ୍ପ ଜଗତ, ସେଲିବ୍ରିଟି, କ୍ରୀଡ଼ାବିତ ସମସ୍ତେ ସରକାରଙ୍କ ପ୍ରତି ସହାୟତାର ହାତ ବଢାଇଛନ୍ତି । କ୍ରିକେଟ ଖେଳାଳୀଙ୍କ ମଧ୍ୟରୁ ସଚିନ ତେନ୍ଦୁଲକର, ସୌରଭ ଗାଙ୍ଗୁଲି, ବିରାଟ କୋହଲି, ମହେନ୍ଦ୍ର ସିଂ ଧୋନୀ ପ୍ରମୁଖ ଆର୍ଥିକ ସହାୟତା କରିଛନ୍ତି । ଏବେ ଭାରତୀୟ କ୍ରିକେଟ ଦଳର ବିସ୍ପୋରଣ ବ୍ୟାଟ୍ସମ୍ୟାନ ରୋହିତ ଶର୍ମା ମଧ୍ୟ  ଆର୍ଥିକ ସହାୟତା ଘୋଷଣା କରିଛନ୍ତି । ରୋହିତ ମୋଟ ୮୦ ଲକ୍ଷ ଟଙ୍କା ଦାନ କରିଛନ୍ତି । ଏହା ମଧ୍ୟରୁ ପ୍ରଧାନମନ୍ତ୍ରୀଙ୍କ ସ୍ୱତନ୍ତ୍ର ପାଣ୍ଠି ପିଏମକେୟାରକୁ ସେ ୪୫ ଲକ୍ଷ, ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ୨୫ ଲକ୍ଷ, ଗରିବ ଲୋକଙ୍କ ସହାୟତା ପାଇଁ ୫ ଲକ୍ଷ ଓ ବୁଲା କୁକୁରଙ୍କ ସହାୟତା ପାଇଁ ୫ ଲକ୍ଷ ଦାନ କରିଛନ୍ତି ।

ଏହା ପୂର୍ବରୁ ବିରାଟ କୋହଲି ନିଜ ପତ୍ନୀ ଅନୁଷ୍କା ଶର୍ମାଙ୍କ ମିଶି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଭେଟି ସହାୟତା ପ୍ରଦାନ କରିଥିଲେ । ତେବେ ତାଙ୍କ ସହାୟତା ରାଶିକୁ ଗୁପ୍ତ ରଖାଯାଇଛି । ସଚିନ ତେନ୍ଦୁଲକର ମଧ୍ୟ ସରକାରଙ୍କୁ ୫୦ ଲକ୍ଷ ଦାନ କରିଛନ୍ତି ।

ସମ୍ବନ୍ଧିତ ଖବର