ରୋଲର ସ୍କେଟିଂ ଗିନିଜ ରେକର୍ଡ ଲକ୍ଷ୍ୟରେ ୧୫ ଓଡ଼ିଆ

ଭୁବନେଶ୍ବର: ପୂର୍ବରୁ ରୋଲବଲରେ ଗିନିଜ ରେକର୍ଡ ପ୍ରତିଷ୍ଠା କରି ସାରିଥିଲେ ୧୭ ଓଡ଼ିଆ। ଏବେ ସମାନ ଢ଼ଙ୍ଗରେ ବିଶ୍ବ କୀର୍ତିମାନ କରିବା ଲକ୍ଷ୍ୟରେ ରହିଛନ୍ତି ୧୫ ଜଣ ଓଡ଼ିଆ ରୋଲର ସ୍କୋଟର। କର୍ଣ୍ଣାଟକରେ ନଭେମ୍ବର ୯ରୁ ୧୩ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ବେହାକୁ ଥିବା ଏହି ୪୮ ଘଣ୍ଟିଆ ନିରଂତର ରୋଲର ସ୍କେଟିଂ ଅଭିଯାନରେ ସାମିଲ ହୋଇ ଏମାନେ ଗିନିନ ରେକର୍ଡ କରିବାକୁ ଯାଉଛନ୍ତି। ଏମାନେ ହେଲେ-ବୀରେନ ଦାସ, ଆର୍ଯ୍ୟନ ନାୟକ, କୌସ୍ତଭ ପଟ୍ଟନାୟକ, ଆରଭ ପଣ୍ଡ, ଶିବାଦିତ୍ୟଦାସ, ସ୍ବସ୍ତିକ ଶ୍ରୀଜିତ, ଅର୍ଣ୍ଣବ ପଟ୍ଟନାୟକ, ଅସିମ ଅନୁରାଗ, କମଲେଶ ନାୟକ, ଦେବରାଜ ମହାପାତ୍ର, ନୈତିକ ଚୌଧୁରୀ, ସ୍ବୟମ ସୁଶ୍ରୁତ ଦାସ, ‌ତେଜଦୀପ ଦାସ ଏବଂ ଶୁଭଙ୍କର ଖିଲାର। ଏହି ଖେଳାଳିମାନଙ୍କୁ ସୋମବାର ବୁଦ୍ଧ ପାର୍କ ପରିସରରେ ଓଡ଼ିଶା ରୋଲର ସ୍କେଟିଂ ସଂଘ ପକ୍ଷରୁ ଶୁଭକାମନା ପ୍ରଦାନ କରାଯାଇଥିଲା। ବିଧାୟକ ପ୍ରିୟଦର୍ଶି ମିଶ୍ର, ସମାଜସେବୀ ଆର୍ ଏନ ଦାଶ, ସଂଘ ସମ୍ପାଦକ ପାର୍ଥ ସାରଥୀ ଜେନା, କାର୍ଯ୍ୟକାରୀ ସଦସ୍ୟ ମଳୟ ଦାସ, ଦୀନକୃଷ୍ଣ ମିଶ୍ର, ସୌଦାମିନୀ ପାତ୍ର, ପ୍ରଶିକ୍ଷକ ସୀମାନ୍ତ ଅୱଧିଆ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର