ରୋନାଲ୍‌ଡୋଙ୍କ କୀର୍ତିମାନ

ୟୁରୋପର ପ୍ରମୁଖ ୫ ଲିଗ୍‌ରେ ୪୦୦ ଗୋଲ୍‌ କରିବାରେ ପ୍ରଥମ ଖେଳାଳି

ତୁରିନ୍‌ (ଇଟାଲି): ପର୍ତୁଗାଲ୍‌ ତାରକା କ୍ରିଷ୍ଟିଆନ୍‌ ରୋନାଲ‌୍‌ଡୋ ଏକ କୀର୍ତିମାନ ପ୍ରତିଷ୍ଠା କରିଛନ୍ତି। ଶନିବାର ଜୁଭେଣ୍ଟସ୍‌ ପାଇଁ ସେ ନିଜର ପଞ୍ଚମ ଗୋଲ୍‌ କରିବା ସାଙ୍ଗକୁ ୟୁରୋପର ପ୍ରମୁଖ ୫ ଲିଗ୍‌ରେ ମୋଟ ୪୦୦ ଗୋଲ୍‌ କରିବାରେ ପ୍ରଥମ ଫୁଟ୍‌ବଲର ହୋଇଛନ୍ତି। ଶନିବାର ଗିନୋଆ ବିପକ୍ଷ ମ୍ୟାଚ୍‌ ଥିଲା ରୋନାଲ୍‌ଡୋଙ୍କ ଜୀବନର ୪୯୭ତମ ମ୍ୟାଚ୍‌। ୪୦୦ତମ ଗୋଲ୍‌ କରି ଇତିହାସ ପୃଷ୍ଠାରେ ନିଜ ନାମକୁ ଲିପିବଦ୍ଧ କରିଥିବା ରୋନାଲ୍‌ଡୋ ଫୁଟ୍‌ବଲ୍‌ ଖେଳାଳିଙ୍କ ଏଲିଟ୍‌ କ୍ଲବ୍‌ରେ ସାମିଲ ହୋଇଛନ୍ତି। ନିଜ ନିଜ ଖେଳ ଜୀବନ ମଧ୍ୟରେ ୪୦୦ରୁ ଅଧିକ ଗୋଲ୍‌ କରିଥିବା ଖେଳାଳିଙ୍କ ମଧ୍ୟରେ ଏବେ ରୋନାଲ୍‌ଡୋଙ୍କ ଉପରକୁ ରହିଛନ୍ତି ଜୋସେଫ୍‌ ବାଇକାନ୍‌ (୫୧୮), ଫେରେଙ୍କ୍‌ ପୁସ୍‌କାସ୍‌ (୫୧୪), ଜିମ୍ମି ମ୍ୟାଗୋରି (୪୧୦) ଓ ୱି ସିଲର୍‌ (୪୦୬)। ରୋନାଲ୍‌ଡୋଙ୍କ ଚିର ପ୍ରତିଦ୍ବନ୍ଦ୍ବୀ ତଥା ଆର୍ଜେଣ୍ଟିନା ଲିଓନେଲ୍‌ ମେସି ୪୨୬ ମ୍ୟାଚ୍‌ ଖେଳି ୩୮୯ ଗୋଲ୍‌ କରିଛନ୍ତି। ରୋନାଲ୍‌ଡୋଙ୍କ ଐତିହାସିକ ୪୦୦ ଗୋଲ୍‌ ମଧ୍ୟରୁ ସେ ମାଞ୍ଚେଷ୍ଟର ୟୁନାଇଟେଡ୍‌ ପାଇଁ ୮୪, ପୁରୁଣା କ୍ଲବ୍‌ ରିଅଲ୍‌ ମାଦ୍ରିଦ୍‌ ପାଇଁ ୩୧୧ ଏବଂ ଓଲ୍‌ଡ ଲେଡି ଅଫ୍ ତୁରିନ୍‌ ପାଇଁ ୫ ଗୋଲ୍‌ କରିଛନ୍ତି। ୫ ଥର ବାଲୁନ୍‌ ଡି ଓର୍‌ ବିଜେତା ରୋନାଲ୍‌ଡୋ ଚଳିତ ବର୍ଷ ହିଁ ଜୁଭେଣ୍ଟସ୍‌ ସଂ ସଂପର୍କ ଯୋଡ଼ିଥିଲେ। ଜୁଭେଣ୍ଟସ୍‌ ପାଇଁ ସେ ମଧ୍ୟ ସେ‌େପ୍ଟମ୍ରେ ଦାମୀ ଖେଳାଳି ଟ୍ରଫି ହାସଲ କରିଥିଲେ। ୩ ମ୍ୟାଚ୍‌‌େର ୩୨୦ ମିନିଟ୍‌ ଧରି ଗୋଲ୍‌ ଶୂନ୍ୟ ରହିବା ପରେ ରୋନାଲ୍‌ଡୋ ଶେଷରେ ସାସାଉଲୋ ବିପକ୍ଷରେ ୨ଟି ଦେଇଥିଲେ। ଏହାପରେ ଫ୍ରୋସିନୋନେ, ଉଡେନେସେ ଏବଂ ଶନିବାର ଗିନୋଆ ବିପକ୍ଷରେ ଗୋଟିଏ ଲେଖାଏଁ ଗୋଲ୍‌ କରିଥିଲେ।

ସମ୍ବନ୍ଧିତ ଖବର