କଟକରେ ଗଣଦୌଡ଼: ରୋଶନ, ସମ୍‌ସାଦ ବିଜେତା

କଟକ: ଉତ୍କଳ ଦିବସ ଉପଲକ୍ଷେ କଟକ ଜିଲ୍ଲା କ୍ରୀଡ଼ା ସ˚ସଦ ପକ୍ଷରୁ ଏକ ଗଣଦୌଡ଼ ଅନୁଷ୍ଠିତ ହୋଇଛି। ଏହାର ପୁରୁଷ ବିଭଗରେ ସାଇ ପ୍ରଶିକ୍ଷଣ କେନ୍ଦ୍ରର ରୋଶନ ମିଞ୍ଜ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି। ତାଙ୍କ ପଛକୁ ଭୀମସେନ ଜାନକା ଦ୍ବିତୀୟ, ବୁଦ୍ରାବିଶି ନାୟକ ତୃତୀୟ ସ୍ଥାନରେ ରହିଥିଲେ। ମହିଳା ବିଭାଗରେ ସାଇ ପ୍ରଶିକ୍ଷଣ କେନ୍ଦ୍ରର ସମ୍‌ସାଦ ଆରା ବେଗମ ପ୍ରଥମ ହୋଇଥିଲାବେଳେ ଶ୍ବେତା କୁଜୁରା ଦ୍ବିତୀୟ ଓ ସବିତା ମହନ୍ତ ତୃତୀୟ ସ୍ଥାନରେ ରହିଥିଲେ। କନିଷ୍ଠ ବାଳକ ବିଭାଗରେ ଜଗମୋହନ ପୃଷ୍ଟି, ବାବୁଲା ପାତ୍ର, ଦିପୁନା ହାଲଦାର ଶ୍ରେଷ୍ଠ ତିନିଜଣଙ୍କ ମଧ୍ୟରେ ରହିଥିଲେ। ସେହିପରି କନିଷ୍ଠ ବାଳିକାରେ ସ୍ବର୍ଣ୍ଣଲତା ଶର୍ମା, ଶୁଭଦ୍ରା ମହାରଣା, ସ୍ମରଣିକା ସାହୁ ଯଥାକ୍ରମେ ପ୍ରଥମ, ଦ୍ବିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିଲେ। ବାରବାଟୀ କ୍ଲବ୍‌ ହାଉସରେ ଆୟୋଜିତ ପୁରସ୍କାର ବିତରଣ ଉତ୍ସବରେ ପଦ୍ମଶ୍ରୀ ଡି.ପ୍ରକାଶ ରାଓ ମୁଖ୍ୟ ଅତିଥି ଭାବେ ଯୋଗଦେଇ କୃତୀ ପ୍ରତିଯୋଗୀଙ୍କୁ ପୁରସ୍କାର ବିତରଣ କରିଥିଲେ। ଏଥିସହିତ ୨୦୧୮-୧୯ ବର୍ଷରେ କଟକକୁ ବିଭିନ୍ନ ରାଜ୍ୟ ତଥା ଜାତୀୟ ପ୍ରତିଯୋଗିତାରେ ପ୍ରତିନିଧିତ୍ବ କରି ପଦକ ହାସଲ କରିଥିବା କ୍ରୀଡ଼ାବିତ୍‌ଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା। ଅନ୍ୟମାନଙ୍କ ମଧ୍ୟରେ କ୍ରୀଡ଼ା ସ˚ସଦ ସମ୍ପାଦକ ଆଶୀର୍ବାଦ ବେହେରା, ବିଜୟ ଦାସ, ଭକ୍ତବଲ୍ଲଭ ଦାସ, ର˚ଜନ ବିଶ୍ବାଳ, ରମେଶ ଚନ୍ଦ୍ର ମଲ୍ଲିକ, ସୁବାଶିଷ କର, କୃଷ୍ଣଚନ୍ଦ୍ର ବେହେରା, ସହଦେବ ରାଉତ, ଅଭିଜିତ ପାଲ୍‌, ସୌରଭ ବେହେରା, ବିପିନ ବିହାରୀ ମହାନ୍ତି, ରମେଶ ଚନ୍ଦ୍ର ମଲ୍ଲିକ ପ୍ରମୁଖ ଉପସ୍ଥିତ ଥିଲେ। ପୂର୍ବରୁ ଡି.ପ୍ରକାଶ ରାଓ ବାରବାଟୀ ଦୁର୍ଗ ନିକଟରେ ଏହି ଗଣଦୌଡ଼କୁ ଉଦଘାଟନ କରିଥିଲେ। ଗଣଦୌଡ଼ ହରିଣ ପାର୍କ, ବିଜୁ ପଟ୍ଟନାୟକ ଛକ, କନିକା ଛକ, ଚଣ୍ତୀ ଛକ, ଚାନ୍ଦିନୀଚୌକ, ବାଲୁ ବଜାର , ଚୌଧୁରୀ ବଜାର, ଜେଲ୍‌ ରୋଡ, ହରିପୁର ରୋଡ, ଦୋଳମୁଣ୍ତାଇ, ରାଣିହାଟ, ମଙ୍ଗଳାବାଗ, ହାଵଡା ମୋଟର ଛକ, ମଣିସାହୁ ଛକ, ବକ୍ସିବଜାର, ଗୋପବନ୍ଦୁ ଭବନ, କ୍ୟାଣ୍ଟନମେଣ୍ଟ ରୋଡ୍‌ ଦେଇ ବାରବାଟୀ କ୍ଲବ୍‌ ହାଉସଠାରେ ଶେଷ ହୋଇଥିଲା।

ସମ୍ବନ୍ଧିତ ଖବର