ରଏ ଦୁଇଟି ମ୍ୟାଚ୍‌ ଖେଳିବେନି

ଲଣ୍ଡନ: ଇଂଲଣ୍ଡ ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍‌ ଜାସନ ରଏ ବିଶ୍ବକପ୍‌ର ପରବର୍ତୀ ଦୁଇଟି ମ୍ୟାଚ୍‌ ଖେଳିବେନି ବୋଲି ସୋମବାର ଇଂଲଣ୍ଡ କ୍ରିକେଟ୍‌ ବୋର୍ଡ ପକ୍ଷରୁ ସ୍ପଷ୍ଟ କରାଯାଇଛି। ମଙ୍ଗଳବାର ଆଫ୍‌ଗାନିସ୍ତାନ ଏବଂ ଶୁକ୍ରବାର ଶ୍ରୀଲଙ୍କା ବିପକ୍ଷ ମ୍ୟାଚ୍‌ ସେ ଖେଳି ପାରିବେନି। ଶୁକ୍ରବାର ୱେଷ୍ଟ୍‌ଇଣ୍ଡିଜ୍‌ ବିପକ୍ଷ ମ୍ୟାଚ୍‌ ବେଳେ ତାଙ୍କ ମାଂସପେଶୀ ଟାଣି ହୋଇଯାଇଥିଲା। ଏମ୍‌ଆର୍‌ଆଇ ପରେ ଡାକ୍ତର ତାଙ୍କୁ ଗୋଟିଏ ସପ୍ତାହ ବିଶ୍ରାମ ନେବାକୁ ପରାମର୍ଶ ଦେଇଛନ୍ତି। ଏହା ପରେ ଅଉ ଥରେ ସ୍କାନ୍‌ ହେବ। ସ୍କାନ୍‌ ରିପୋର୍ଟ ଆସିବା ପରେ ପରବର୍ତୀ ନିଷ୍ପତ୍ତି ନିଆଯିବ ବୋଲି ଇସିବି ପକ୍ଷରୁ କୁହାଯାଇଛି। ତାଙ୍କ ସ୍ଥାନରେ ଜୋ ରୁଟ୍‌ଙ୍କ ସହ ଜନି ବେୟାରଷ୍ଟୋ ଓପନିଂ କରିବେ। ରୟଙ୍କ ପରେ ଦଳର ଅଧିନାୟକ ଇଅନ୍‌ ମୋର୍ଗାନ ମଧ୍ୟ ମଙ୍ଗଳବାର ମ୍ୟାଚ୍‌ ଖେଳିବା ନେଇ ସନ୍ଦେହ ରହିଛି। ସେହି ୱେଷ୍ଟ୍‌ଇଣ୍ଡିଜ୍‌ ବିପକ୍ଷ ମ୍ୟାଚ୍‌ରେ ମୋର୍ଗାନଙ୍କ ପିଠିରେ ଯନ୍ତ୍ରଣା ଦେଖାଯାଇଥିଲା। କିନ୍ତୁ ଯନ୍ତ୍ରଣା କମୁ ଥିବାରୁ ତାଙ୍କ ଉପରେ ନିଷ୍ପତ୍ତି ପରେ ନିଆଯିବ ବୋଲି ଇସିବି ପକ୍ଷରୁ ସୂଚନା ଦିଆଯାଇଛି।

ସମ୍ବନ୍ଧିତ ଖବର