ଆରଟିଏନପିଏଲ୍ କ୍ରିକେଟ୍: ସୁପର ଓଭରରେ ଜିତିଲା ଫାଇଟର୍ସ

ଭୁବନେଶ୍ବର: ସ୍ଥାନୀୟ ଡୁମୁଡୁମା-ରଘୁନାଥପୁର ଖେଳ ପଡ଼ିଆରେ ଚାଲିଥିବା ଆରଟିଏନପିଏଲ୍ କ୍ରିକେଟ୍ ପ୍ରତିଯୋଗିତାର ସୋମବାର ଖେଳା ଯାଇଥିବା‌ ଦୁଇଟି ମ୍ୟାଚ୍‌ରେ ୱାରିୟର୍ସ ଇଲେଭେନ୍ ଓ ଟ୍ରଫି ଫାଇଟର୍ସ ବିଜୟୀ ହୋଇଛନ୍ତି। ପ୍ରଥମ ମ୍ୟାଚ୍‌ରେ ୱାରିୟର୍ସ ଇଲେଭେନ୍ ୯ ରନ୍‌ରେ ଭବାନି ୱାରିୟର୍ସକୁ ପରାସ୍ତ କରିଥିଲା। ୱାରିୟର୍ସ ଇଲେଭେନ୍ ୧୨୩ ରନ୍ କରିବା ପରେ ଭବାନୀ ୱାରିୟର୍ସ ୧୧୪ ରନ୍ କରି ପାରିଥିଲା। ପ୍ରଭାତ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥିଲେ। ଦ୍ବିତୀୟ ମୁକାବିଲାରେ ରୟାଲ ଇଲେଭେନ୍ ଓ ଟ୍ରଫି ଫା‌ଇଟର୍ସ ସମାନ ୧୨୭ ରନ୍ ଲେଖାଏଁ କରିବାକୁ ମ୍ୟାଚ୍ ସୁପର ଓଭରକୁ ଯାଇଥିଲା। ସୁପରଓଭରରେ ଟ୍ରଫି ଫାଇଟର୍ସ ବାଜି ମାରି ନେଇଥିଲା। ପିଙ୍କୁ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥି‌ଲେ। କାହ୍ନା ସାହୁ, ହାମି ଅମ୍ପାୟାର ଥିଲେ। ମୁନା ବିଶ୍ବାଳ ଓ ଆନନ୍ଦ ମଲ୍ଲିକ ଅତିଥି ଥିଲେ।

ସମ୍ବନ୍ଧିତ ଖବର