ଋଷବ ଓ ବୁମ୍‌ରା ତୃତୀୟ ଟେଷ୍ଟ୍‌ ଖେଳିବା ସମ୍ଭାବନା

ନଟିଂହାମ: ନଟିଂହାମରେ ଶନିବାରଠାରୁ ଆରମ୍ଭ ହେଉଥିବା ଇଂଲଣ୍ଡ ବିପକ୍ଷ ତୃତୀୟ ଟେଷ୍ଟ୍‌ରେ ଦିଲ୍ଲୀର ଯୁବ ଓ୍ଵିକେଟ୍‌ ରକ୍ଷକ ଋଷବ ପନ୍ତ ଏବଂ ଦ୍ରୁତ ବୋଲର ଯସପ୍ରୀତ ବୁମ୍‌ରା ଖେଳିପାରନ୍ତି। ଦୀନେଶ କାର୍ତିକ ଚାରିଟି ପାଳିରେ ୨୧ (୦, ୧, ୨୦, ୦) କରିବା ପରେ ପନ୍ତ୍‌ ତୃତୀୟ ଟେଷ୍ଟ୍‌ରେ ପଦାର୍ପଣ କରିବାର ଆଶା ବଢ଼ିଯାଇଛି। ସେପଟେ ବୁମ୍‌ରା ମଧ୍ୟ ସଂପୂର୍ଣ୍ଣ ସୁସ୍ଥ ହୋଇ ଯାଇଥିବା ଜଣାପଡ଼ିଛି। ଉଭୟ ବୁମ୍‌ରା ଏବଂ ପନ୍ତ ମଧ୍ୟ ତୃତୀୟ ଟେଷ୍ଟ୍‌ ପୂର୍ବରୁ ଜୋରଦାର ଅଭ୍ୟାସ କରୁଥିବା ଦେଖିବାକୁ ମିଳିଛି।

ସମ୍ବନ୍ଧିତ ଖବର