ୱେଷ୍ଟଇଣ୍ଡିଜ୍ ଦଳକୁ ଫେରିପାରନ୍ତି ରସେଲ୍,‌ ପୋଲାର୍ଡ

ଜାମାଇକା: ଆଇପିଏଲ୍ ପ୍ରଦର୍ଶନ ଆଧାରରେ ଆନ୍ଦ୍ରେ ରସେଲ, କିରଣ‌ ପୋଲାର୍ଡ, କ୍ରିସ୍‌ ଗେଲ୍‌ ଏବଂ ସୁନୀଲ ନରିନ୍‌ ୱେଷ୍ଟଇଣ୍ଡିଜ୍‌ର ବିଶ୍ବକପ୍‌ ଦଳରେ ସ୍ଥାନ ପାଇବା ସମ୍ଭାବନା ରହିଛି। ଏପ୍ରିଲ୍ ୨୩ ତାରିଖ ସୁଦ୍ଧା ଦଳ ଘୋଷଣା କରିବା ଲାଗି ଦିନ ଧାର୍ଯ୍ୟ ରହିଥ‌ିଲେ ମଧ୍ୟ ଏହା କରାଯାଇ ନାହିଁ। କ୍ରିକେଟ୍ ୱେଷ୍ଟଇଣ୍ଡିଜ୍ ନିର୍ଦେଶକ ଜିମ୍ମି ଆଦାମ୍ସ, ନବ ନିଯୁକ୍ତ ପ୍ରଶିକ୍ଷକ ଫ୍ଲୟଡ୍‌ ରିଫର ଏବଂ ଚୟନ ସମିତି ଅଧ୍ୟକ୍ଷ ରବର୍ଟ ହେନ୍ସ ତୁରନ୍ତ ଦଳ ଘୋଷଣା କରିବା ସ୍ଥିତିରେ ରହିଛନ୍ତି। ଆୟର୍ଲାଣ୍ଡ୍ ବିପକ୍ଷ ଶୃଙ୍ଖଳା ପାଇଁ କ୍ରିକେଟ୍‌ ‌ୱେଷ୍ଟଇଣ୍ଡିଜ୍ ଦୁର୍ବଳ ଦଳ ଚୟନ କରିଥିଲେ ମଧ୍ୟ ଏଥର ଶକ୍ତିଶାଳୀ ଦଳ ବାଛିବେ ବୋଲି ଆଶା କରାଯାଉଛି। ଜାସନ୍ ହୋଲ୍‌ଡର ଅଧିନାୟକ ପଦକ ବିଜାୟ ରଖିବା ସମ୍ଭାବନା ରହିଛି। ସମ୍ଭାବ୍ୟ ଦଳରେ ଅନ୍ୟମାନଙ୍କ ମଧ୍ୟରେ ଜନ୍ କ୍ୟାମ୍ପ୍‌ବେଲ/ଜନସନ୍‌ କାର୍ଟର, ଡାରେନ୍ ବ୍ରାଭୋ, ସାଇ ହୋପ୍‌ (ୱିକେଟରକ୍ଷକ), ସିମରନ୍‌ ହେଟମେୟର, ନିକୋଲାସ୍‌ ପୁରାନ, କାର୍ଲୋସ ବ୍ରାଥ୍‌ୱେଟ୍‌, ଆନ୍ଦ୍ରେ ରସେଲ, କେମାର ରୋଚ୍‌, ଓସାନ୍‌ ଥମାସ, ସେଲଡନ୍‌ କଟ୍ରେଲ୍, ଆସଲେ ନର୍ସ,‌ ଦେବେନ୍ଦ୍ର ପ୍ରମୁଖ ରହିଛନ୍ତି।

ସମ୍ବନ୍ଧିତ ଖବର