ବିଶ୍ୱକପ : ବର୍ଷା ଯୋଗୁଁ ଦକ୍ଷିଣ-ଆଫ୍ରିକା- ୱେଷ୍ଟଇଣ୍ଡିଜ ମ୍ୟାଚ ବାଧାପ୍ରାପ୍ତ

ସାଉଥହମ୍ପଟନ : ସାଉଥହମ୍ପଟନର ରୋଜବାଉଲ ଷ୍ଟାଡିୟମଠାରେ ବିଶ୍ୱକପ ୨୦୧୯ର ୧୫ତମ ଲିଗ ମ୍ୟାଚରେ ଆଜି ଦକ୍ଷିଣ-ଆଫ୍ରିକା ଦଳ େଓ୍ଵଷ୍ଟଇଣ୍ଡିଜକୁ ଭେଟୁଛି । ତେବେ ବରଷା ଯୋଗୁଁ ଆଜି ମ୍ୟାଚ ବାଧାପ୍ରାପ୍ତ ହୋଇଛି । ଏହା ପୂର୍ବରୁ େଓ୍ଵଷ୍ଟଇଣ୍ଡିଜ ଦଳ ଟସ ଜିଣି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ପ୍ରଥମେ ବ୍ୟାଟିଂ କରି ଦକ୍ଷିଣ ଆଫ୍ରିକା ଦଳ ୧୧ ରନରେ ନିଜର ପ୍ରଥମ ଓ୍ଵିକେଟ ହାସିମ ଆମଲାଙ୍କୁ ହରାଇଥିଲା ।

ଦଳୀୟ ସ୍କୋର ୨୮ ହୋଇଥିବା ବେଳେ ଦଳ ୨ୟ ଓ୍ଵିକେଟ ଏଡେନ ମାକରାମଙ୍କୁ ହରାଇଥିଲା । ତେବେ ୮ମ ଓଭର ଚାଲିଥିବାବେଳେ ବର୍ଷା ହେବାରୁ ଖେଳ ବାଧାପ୍ରାପ୍ତ ହୋଇଛି । ଏହି ସମୟରେ ଦକ୍ଷିଣ ଆଫ୍ରିକାର ସ୍କୋର ୨ ଓ୍ଵିକେଟ ବିନିମୟରେ ୨୯ ରନ ରହିଛି ।
ବିଶ୍ୱର ଅନ୍ୟତମ ଶକ୍ତିଶାଳୀ ଦଳ ଦକ୍ଷିଣ ଆଫ୍ରିକା ପାଇଁ ଏହି ବିଶ୍ୱକପ ବେଶ ନୈରାଶ୍ୟଜନକ ରହିଆସିଛି । ଏହି ବିଶ୍ୱକପରେ ଦଳ ଏପର୍ଯ୍ୟନ୍ତ ୩ଟି ମ୍ୟାଚ ଖେଳିଥିଲେ ମଧ୍ୟ ସବୁମ୍ୟାଚରେ ପରାସ୍ତ ହୋଇଛି ।

ସମ୍ବନ୍ଧିତ ଖବର