ଗୁଣନିଧି କପ୍‌ ଜିତିଲା ଶବର ସ୍ପୋର୍ଟିଂ

ଭୁବନେଶ୍ବର: ସ୍ଥାନୀୟ ବିଏମ୍ ହାଇସ୍କୁଲ୍ ପଡ଼ିଆରେ ଚାଲିଥିବା ଗୁଣନିଧି କପ୍‌ ରାଜ୍ୟସ୍ତରୀୟ ଫୁଟ୍‌ବଲ୍ ପ୍ରତିଯୋଗିତାରେ ଖୋର୍ଧାର ଶବର ସ୍ପୋର୍ଟିଂ ବିଜେତା ହୋଇଛି। ମଙ୍ଗଳବାର ଫାଇନାଲ୍‌ରେ ଶବର ସ୍ପୋର୍ଟିଂ ଟାଇବ୍ରେକରରେ ୫-୪‌ ଗୋଲ୍‌ରେ ଜଟଣୀର ଫ୍ରେଣ୍ଡସ୍‌ ପାରାଡାଇଜ୍‌କୁ ପରାସ୍ତ କରିଥିଲା। ନିୟମିତ ସମୟରେ ମ୍ୟାଚ୍‌ ଗୋଲ୍‌ଶୂନ୍ୟ ରହିବାରୁ ଟାଇବ୍ରେକରର ସହାୟତା ନିଆଯାଇଥିଲା। ଶବର ସ୍ପୋର୍ଟିଂ ପକ୍ଷରୁ ମିଥୁନ ବେହେରା, ରଘୁନାଥ ଦାସ, ଦୁଷ୍ମନ୍ତ ପ୍ରଧାନ, ଚେତନ ମୁଣ୍ଡା ଏବଂ ଅଧିନାୟକ ରାକେଶ ବେହେରା‌ ଗୋଲ୍‌ ଦେଇଥିବା ବେଳେ ଶିବ ବାରିକଙ୍କ ସଟ୍‌କୁ ପ୍ରତିପକ୍ଷ ଗୋଲ୍‌ରକ୍ଷକ ରମେଶ ପ୍ରଧାନ ରୋକି ଦେଇଥିଲେ। ସେହିଭଳି ଫ୍ରେଣ୍ଡସ୍ ପକ୍ଷରୁ ସୁନୀଲ ସରଦାର, ମଙ୍ଗୁ ବେହେରା, ଗଗନ ସାହୁ, ପପୁ ମାଝୀ ଗୋଲ୍ ଦେଇଥିଲେ। ପପୁ ନାୟକଙ୍କ ସଟ୍‌କୁ ପ୍ରତିପକ୍ଷ ଗୋଲି ଶିଶିର ନିଷ୍ଫଳ କରି ଦେଇଥିଲେ। ତେବେ ଜ୍ୟୋତି ପ୍ରକାଶଙ୍କ ସଟ୍ ବାରରେ ବାଜି ଫେରିବା ଜଟଣୀ ଦଳକୁ ପରାଜୟ ମୁହାଁ କରିଥିଲା। ରାମଚନ୍ଦ୍ର ମିଶ୍ର, ପ୍ରଫୁଲ୍ଲ ବେହେରା, ସାଗିର୍ ଅହମ୍ମଦ ଖାନ୍‌, ଅମଜାଦ ଏହସାନ ଖାନ୍‌ ଫାଇନାଲ୍‌ ମ୍ୟାଚ୍‌କୁ ପରିଚାଳନା କରିଥିଲେ। ବିଜେତା ଦଳକୁ ଟ୍ରଫି ସହିତ ୧୦,୦୦୦ ଟଙ୍କା ଏବଂ ଉପ ବିଜେତାକୁ ୭,୦୦୦ ଟଙ୍କା ସହ ଟ୍ରଫି ପ୍ରଦାନ କରାଯାଇଥିଲା। ରଘୁନାଥ ଦାସ ଫାଇନାଲର ଶ୍ରେଷ୍ଠ, ଚେତନ ମୁଣ୍ଡା ଶ୍ରେଷ୍ଠ ଅଗ୍ରଭାଗ ଖେଳାଳି ଓ ପ୍ରତିଯୋଗିତାର ଶ୍ରେଷ୍ଠ, ଅନଳ ନାୟକ ଶ୍ରେଷ୍ଠ ରକ୍ଷଣଭାଗ ଏବଂ ରମେଶ ପ୍ରଦାନ ଶ୍ରେଷ୍ଠ ଗୋଲରକ୍ଷକ ବିବେଚିତ ହୋଇଥିଲେ।ରଘୁନାଥ ଦାସ ଫାଇନାଲର ଶ୍ରେଷ୍ଠ, ଚେତନ ମୁଣ୍ଡା ଶ୍ରେଷ୍ଠ ଅଗ୍ରଭାଗ ଖେଳାଳି ଓ ପ୍ରତିଯୋଗିତାର ଶ୍ରେଷ୍ଠ, ଅନଳ ନାୟକ ଶ୍ରେଷ୍ଠ ରକ୍ଷଣଭାଗ ଏବଂ ରମେଶ ପ୍ରଦାନ ଶ୍ରେଷ୍ଠ ଗୋଲରକ୍ଷକ ବିବେଚିତ ହୋଇଥିଲେ। ଉଦ୍‌ଯାପନୀ ଉତ୍ସବରେ ରବୀନ୍ଦ୍ର ମହାପାତ୍ର, ବିଏଏ ସମ୍ପାଦକ ଡକ୍ଟର ସୌର୍ଯ୍ୟରଂଜନ ପରିଜା, ଓଡ଼ିଶା କୁସ୍ତି ସଂଘ ଉପ ସଭାପତି ନରେନ୍ଦ୍ର ସେଠୀ, ଶ୍ୟାମ ସୁନ୍ଦର ସାହୁ, ପୂର୍ବତନ କର୍ପୋରେଟର୍ ରାଜେନ୍ଦ୍ର ସମର୍ଥା, ପ୍ରମୋଦ ମହାପାତ୍ର, ଅଶୋକ ଶତପଥୀ, ପ୍ରଶାନ୍ତ ପ୍ରହରାଜ ପ୍ରମୁଖ ଅତିଥି ଭାବେ ଯୋଗଦେଇ ଥିଲେ। ଆୟୋଜକ ଲିଙ୍ଗରାଜ କ୍ଲବ୍‌ ସମ୍ପାଦକ ଅଜୟ କୁମାର ଦାଶ ଏବଂ ଗଶେଣ ଚନ୍ଦ୍ର ପାଲ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।
ବିଜେତା ଶବର ସ୍ପୋର୍ଟିଂ ଦଳ
ସୋନୁ, ରାକେଶ ବେହେରା (ଅଧିନାୟକ), ମିଥୁନ ବେହେରା, ଦୁଷ୍ମନ୍ତ ପ୍ରଧାନ, ଜ୍ୟୋତି ପ୍ରକାଶ, ଚେତନ ମୁଣ୍ଡା, ସନ୍ତୋଷ ନାୟକ, ରଘୁନାଥ ଦାସ, ହେମନ୍ତ ବେହେରା, ଶିବ ବାରିକ, ମିଟୁ ମାଝୀ, କାହ୍ନୁ ପ୍ରଧାନ, ରାଜା, ଶିଶିର, ଦାଶରଥୀ।

ସମ୍ବନ୍ଧିତ ଖବର