ନୂଆଦିଲ୍ଲୀ : ପୁଣି ପଡିଆକୁ ଓହ୍ଲାଇବେ ବିଶ୍ୱର କିମ୍ବଦନ୍ତୀ ଖେଳାଳୀ ସଚିନ ତେନ୍ଦୁଲକର, ବ୍ରାୟାନ ଲାରା, ବୀରେନ୍ଦ୍ର ସେହଓ୍ଵାଗ, ଜଣ୍ଟି ରୋଡସ ଓ ବ୍ରେଟ ଲି । ପୁଣି ଦେଖିବାକୁ ମିଳିବ ଏମାନଙ୍କ ବ୍ୟାଟିଂ, ବୋଲିଂ ଓ ଫିଲଡିଂର କରାମତି ।
କଥା ହେଉଛି ଆସନ୍ତା ବର୍ଷ ଭାରତରେ ଅନୁଷ୍ଠିତ ହେଉଛି ସଡ଼କ ସୁରକ୍ଷା ବିଶ୍ୱ ସିରିଜ ଟି-୨୦ କ୍ରିକେଟ । ଏହି ଟି-୨୦ ଟୁର୍ଣ୍ଣାମେଣ୍ଟ ଫେବ୍ରୁଆରୀ ୨ରୁ ୧୬ ମଧ୍ୟରେ ସାରା ଦେଶରେ ଖେଳାଯିବ । ଏହି ବାର୍ଷିକ ଟୁର୍ଣ୍ଣାମେଣ୍ଟରେ ୫ଟି ଦେଶର ଅବସରପ୍ରାପ୍ତ ଖେଳାଳୀମାନେ ଅଂଶଗ୍ରହଣ କରିଥାନ୍ତି । ଏହି ୫ଟି ଦେଶ ହେଲେ ଭାରତ, ଅଷ୍ଟ୍ରେଲିଆ, ଶ୍ରୀଲଙ୍କା, େଓ୍ଵଷ୍ଟଇଣ୍ଡିଜ ଓ ଦକ୍ଷିଣ ଆଫ୍ରିକା ।
ଏହି ଟୁର୍ଣ୍ଣାମେଣ୍ଟରେ ଅନ୍ୟମାନଙ୍କ ମଧ୍ୟରେ ଶ୍ରୀଲଙ୍କାର ତିଳକରତ୍ନେ ଦିଲସାନ ମଧ୍ୟ ଖେଳିବେ । ଭାରତର ବିଭିନ୍ନ ଷ୍ଟାଡିୟମରେ ଏହି ସିରିଜ ଖେଳାଯିବ । ସଡ଼କ ସୁରକ୍ଷା ସଂପର୍କରେ ସଚେତନତା କରିବା ଏହାର ଲକ୍ଷ୍ୟ ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/10/sachin-lara.jpg)