ସଚିନ@୪୬

ସଚିନ୍‌ଙ୍କୁ ୧୨ ଶ୍ରେଷ୍ଠ ପ୍ର‌ଶଂସା

ମୁମ୍ବାଇ: କିମ୍ବଦନ୍ତୀ କ୍ରିକେଟର୍‌ ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର ବୁଧବାର ୪୬ ବର୍ଷ ବୟସରେ ପାଦ ଥାପିଛନ୍ତି। ୧୯୭୩ ମସିହା ଏପ୍ରିଲ ୨୪ ତାରିଖରେ ଜନ୍ମ ନେଇଥିବା ଏହି ମହାନ୍‌ କ୍ରିକେଟର୍‌ ଦମ୍‌ଦାର ପ୍ରଦର୍ଶନ ବଳରେ ସ‌ାରା ବିଶ୍ବରେ ନିଜକୁ ପ୍ରତିଷ୍ଠିତ କରିପାରିଥିଲେ। କ୍ରିକେଟ୍‌ର ଭଗବାନ ଭାବେ ପରିଚିତ ସଚିନଙ୍କ ଏହି ଜନ୍ମ ଦିନ ଅବସରରେ ‌ସାମାଜିକ ଗଣମାଧ୍ୟ‌ମରେ ତାଙ୍କ ନିକଟକୁ ଢେର ସାରା ଶୁଭେଚ୍ଛା ମିଳିଛି। ସଚିନ ‌ଭାରତ ପକ୍ଷରୁ ୨୦୦ ଟେଷ୍ଟ୍‌ ଖେଳି ୫୩.୮ ହାରରେ ୫୧ ଶତକ ସହ ୧୫,୯୨୧ ରନ୍‌ କରିଥିଲା ବେଳେ ୪୬୩ ଦିନିକିଆରେ ୪୯ ଶତକ ଏବଂ ୪୪.୮ ହାରରେ ୧୮୪୨୬ ଏବଂ ଗୋଟିଏ ଟ୍ବେଣ୍ଟି-୨୦ ଆନ୍ତର୍ଜାତିକ ଖେଳି ୧୦ ରନ୍‌ କରିଛନ୍ତି।
oୱିଥ୍‌ ଦ ମାଷ୍ଟର, ଦ ରାଇଜ୍‌ ଇଜ୍‌ ଫାଷ୍ଟର! ୪୬ ବର୍ଷ ଧରି ଆପଣ ଏହି ଗ୍ରହରୁ ପ୍ରତିନିଧିତ୍ବ କରିଛନ୍ତି। ମୋ ପାଇଁ ୪, ୬ ହେଉଛି ଓଭର ଆରମ୍ଭରୁ ଆପଣଙ୍କ ବ୍ୟାଟ୍‌ରୁ ବାହାରୁଥିବା ସ୍କୋର୍‌। ଏହି ଭଳି ଅବିସ୍ମରଣୀୟ ଜୀବନ ସୁନ୍ଦର ଓ ଦୃଢ଼ ଭାବେ ଆଗକୁ ବଢ଼ିଚାଲୁ।
-ବୀରେନ୍ଦ୍ର ସେହବାଗ, ପୂର୍ବତନ କ୍ରିକେଟର୍
oଆମେ ବିଜେତା, ଆମ ପାଖରେ କିମ୍ବଦନ୍ତୀ ଅଛନ୍ତି, କିନ୍ତୁ ଆମ ପାଖରେ ଆଉ ଜଣେ ସଚିନ ତେନ୍ଦୁଲକର ନାହାନ୍ତି ଏବଂ କେବେ ବି ମିଳିବନି।
-ମୁମ୍ବାଇ ଇଣ୍ଡିଆନ୍ସ, ଆଇପିଏଲ୍‌ ଦଳ
ାମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କୁ ଜନ୍ମ ଦିନର ଅନେକ ଅନେକ ଶୁଭେଚ୍ଛା। ଏହି ସ୍ବତନ୍ତ୍ର ଦିବସରେ ଆମେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ସେ ହାସଲ କରିଥିବା ଦ୍ବିଶତକ କଥା ମନେ ପକାଇ ଦେଉଛୁ।
-ଭାରତୀୟ କ୍ରିକେଟ୍‌ ନିୟନ୍ତ୍ରଣ ବୋର୍ଡ (ବିସିସିଆଇ।
oଜନ୍ମଦିନର ଶୁଭେଚ୍ଛା ପାଜି…ଜଣେ ମଣିଷକୁ ମୁଁ ଜାଣେ, ଯିଏ କ୍ରିକେଟର୍‌ଠୁ ବି ଜଣେ ଭଲ ମଣିଷ…ପାଜି ଆମେ ତୁମକୁ ବହୁତ ଭଲ ପାଉ।
-ହରଭଜନ ସିଂହ, ଭାରତୀୟ ଅଫ୍‌ ସ୍ପିନର
oଆପଣଙ୍କ ଭାବନା ଯାହା ଆପଣଙ୍କ ଜୀବନକୁ ଆଗକୁ ନେଇଛି’। ମୋତେ ଆପଣ ଦେଇଥିବା ମୂଲ୍ୟବାନ ଉପ‌ଦେଶକୁ ମୁଁ କେବେ ବି ‌ଭୁଲି ପାରିବିନି। ଜନ୍ମ ଦିନର ଅନେକ ଅନେକ ଶୁଭେଚ୍ଛା ସଚିନ୍‌ ସାର୍‌।
-ଅଜିଙ୍କ୍ୟ ରା‌ହାଣେ, ଭାରତୀୟ ବ୍ୟାଟ୍ସମ୍ୟାନ୍‌
oହାତ ଟେକନ୍ତୁ ଯଦି ସେ ଅପଣଙ୍କୁ ଖେଳିବା ଲାଗି ଉତ୍ସାହ ଦେଇଛନ୍ତି, କ୍ରିକେଟ୍‌ ଏକ ଖେଳ ବୋଲି ଦେଖ କିମ୍ବା ଅନୁଭବ କର ବୋଲି କହିଛନ୍ତି। ଜନ୍ମ ଦିନର ଶୁଭେଚ୍ଛା ମାଷ୍ଟର ବ୍ଲାଷ୍ଟର।
-ରବିନ ଉଥପ୍ପା, ଭାରତୀୟ କ୍ରିକେଟର୍‌
oଜନ୍ମ ଦିନର ଶୁଭେଚ୍ଛା ପାଜି! ସବୁ ସମୟରେ ଆପଣଙ୍କ ମୂଲ୍ୟବାନ ଜ୍ଞାନକୁ ବାଣ୍ଟିବାର ସୁଯୋଗ ମିଳୁ।
-ପ୍ରଜ୍ଞାନ ଓଝା, ଭାରତୀୟ କ୍ରିକେଟର୍‌
oଜନ୍ମ ଦିନର ଶୁଭେଚ୍ଛା ସେହି ଶ୍ରେଷ୍ଠ କ୍ରିକେଟର୍‌ ଏବଂ ମନୁଷ୍ୟକୁ ଯିଏ ସାରା ବିଶ୍ବର କ୍ରିକେଟ୍‌ପ୍ରେମୀଙ୍କ ପାଇଁ ଗୁଡ଼ାଏ ସ୍ମରଣୀୟ ମୁହୂର୍ତ୍ତ ଛାଡ଼ିଛନ୍ତି। ‌ସେ ହିରୋ ଏବଂ ସମସ୍ତଙ୍କ ପାଇଁ ପ୍ରେରଣା ହୋଇ ରହିଥିବେ।
-ଭିଭିଏସ୍‌ ଲକ୍ଷ୍ମଣ, ପୂର୍ବତନ କ୍ରିକେଟର୍‌
oଜନ୍ମ ଦିନର ଶୁଭେଚ୍ଛା ପାଜି! ଆଗକୁ ଆପଣଙ୍କ ଜୀବନ ସୁଖଦ ଓ ସୁନ୍ଦରମୟ ହେଉ।
-ଚେତେଶ୍ବର ପୂଜାରା, ଭାରତୀୟ କ୍ରିକେଟର୍‌

oସଚିନ ବ୍ୟାଟିଂ କଲାବେଳେ ମୁଁ ନିଜକୁ ହିଁ ଦେଖେ।
-ସାର୍‌ ଡନ୍‌ ବ୍ରାଡ୍‌ମ୍ୟାନ୍‌
ାଟେଷ୍ଟ୍‌ ଓ ଦିନିକିଆରେ ମୁଁ କରିଥିବା ୧୦,୦୦୦ ରନ୍‌କୁ ହୁଏତ ମୋ ନାତି ମନେ ପକାଇନପାରେ। ‌ହେଲେ ମୋର ପୂର୍ଣ୍ଣ ବି‌ଶ୍ବାସ ଯେ ସଚିନ ତେନ୍ଦୁଲକର ମୋ ଦଳୀୟ ସାଥୀ ଥିଲେ ବୋଲି ସେ ନିଶ୍ଚିତ ମନେ ପକାଇବ।
-ରାହୁଲ ଦ୍ରାବିଡ଼
‌oସଚିନ୍‌ ଭାରତ ପାଇଁ ଟେଷ୍ଟ୍‌ରେ ୪ ନମ୍ବର ସ୍ଥାନରେ ବ୍ୟାଟିଂ କଲାବେଳେ ମୁଁ ଭଗବାନଙ୍କୁ ଦେଖିଥାଏ।
-ମାଥ୍ୟୁ ହେଡେନ୍‌
oଆପଣ ତାଙ୍କୁ ଆଉଟ୍‌ କରିଦେଲେ ଅଧା ଲଢ଼େଇ ଜିତି ହୋଇଯାଏ।
-ଅର୍ଜୁନ ରଣତୁଙ୍ଗା
oଯେଭଳି ବାସ୍କେଟ୍‌ବଲ୍‌ ପାଇଁ ମାଇକେଲ ଜୋର୍ଡାନ୍‌, ମୁଷ୍ଟିଯୁଦ୍ଧ ପାଇଁ ମହମ୍ମଦ ଅଲ୍ଲୀ, ଠିକ୍‌ ସେହିଭଳି କ୍ରିକେଟ୍‌ ପାଇଁ ତେନ୍ଦୁଲକର।
-ବ୍ରାଏନ୍‌ ଲାରା
oଆମେ ଭାରତଠୁ ହାରୁନା, ତେନ୍ଦୁଲକରଙ୍କ ପରି ଜଣେ ବ୍ୟକ୍ତିଙ୍କଠୁ ହାରୁ।
-ମାର୍କ ଟେଲର
oଭାରତରେ ଏକ ବିମାନରେ ଯଦି ଆମ ସହ ସଚିନ ଥାଆନ୍ତି, ତେବେ ଆମର କିଛି ଅଘଟଣ ଘଟିବ ନାହିଁ ବୋଲି ଭାବୁ।
-ହାସିମ୍‌ ଆମ୍‌ଲା
oସେ ଆଶା ବାଡ଼ିରେ ‌ବି ଲେଗ୍‌ ଗ୍ଲାନ୍ସ ଖେଳିପାରିବେ।
-ଅନୀଲ କୁମ୍ବଲେ
oସଚିନଙ୍କ ‌ପରି କ୍ରିକେଟର୍‌ ଜୀବନକାଳରେ ଥରେ ମାତ୍ର ଆସିଥାଆନ୍ତି ଏବଂ ମୁଁ ଗର୍ବିତ ‌ଯେ ସେ ମୋ’ ସମୟରେ ଖେଳିଛନ୍ତି।
-ୱାସିମ୍‌ ଆକ୍ରମ
oରାତିରେ ଶୋଇବାକୁ ଗଲାବେଳେ ସଚିନ୍ ଦୁଃସ୍ବପ୍ନ ମୋତେ ଘାରିଥାଏ। ସଚିନ୍‌ ୱିକେଟ୍‌ରେ ଦୌଡ଼ିବା ସହ ମୋ ବଲ୍‌କୁ ମୁଣ୍ଡ ଉପରେ ଛକା ମାରିବା ମୁଁ ସ୍ବପ୍ନରେ ଦେଖିଥାଏ। ତାଙ୍କୁ ରୋକିବା ଆଦୌ ସହଜ ନଥିଲା
-ସେନ୍‌ ୱର୍ନ
oମୁଁ ଡନ୍‌ଙ୍କୁ ଦେଖିନି, କିନ୍ତୁ ‌ଖେଳ ସହ ଯେତେଦିନ ଯୋଡ଼ି ହୋଇ ରହିଥିଲି ସଚିନ୍‌ଙ୍କଠୁ ଜଣେ ଭଲ ବ୍ୟାଟ୍‌ସମ୍ୟାନ୍‌ଙ୍କୁ ଦେଖିନାହିଁ।
-ଭିଭିଆନ୍ ରିଚାର୍ଡ୍ସ
oଯେବେ ବି ତୁମେ ତେନ୍ଦୁଲକରଙ୍କ ବିପକ୍ଷ‌ରେ ଖେଳ, ସବୁବେଳେ ତାଙ୍କ ବ୍ୟାଟ୍‌ରୁ କିଛି ନା କିଛି ରନ୍‌ ଦେଖିବାକୁ ଚାହିଁବ।
-ମାର୍କ ୱ

ସମ୍ବନ୍ଧିତ ଖବର