ସଚିନଙ୍କୁ ବି ବିଶ୍ୱକପ୍‌ ଜ୍ୱର

ମସ୍କୋ: ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କୁ ବି ବିଶ୍ୱକପ୍‌ ଜ୍ୱର ଗ୍ରାସିଛି। ସେ ମଧ୍ୟ ଭିଡିଓ ପ୍ରକାଶ କରି ବିଶ୍ୱକପ୍‌ ପ୍ରେମରେ ପଡ଼ିଥିବା ଜଣାଇ ଦେଇଛନ୍ତି। ମଙ୍ଗଳବାର ପ୍ରକାଶ କରିଥିବା ଭିଡିଓରେ ସଚିନ ଇଂଲଣ୍ଡ ଦଳକୁ ସମର୍ଥନ କରିଥିଲେ। ଏଥିନେଇ ଏକ ଭିଡିଓ ମଧ୍ୟ ସେ ନିଜ ଟ୍ଵିଟର ପୃଷ୍ଠାରେ ପ୍ରକାଶ କରିଥିଲେ। ସେଥିରେ ସଚିନ ମୁଁ ଏଥର ଇଂଲଣ୍ଡକୁ ସମର୍ଥନ କରୁଛି ବୋଲି କହୁଥିବା ଦେଖିବାକୁ ମିଳିଥିଲା। ସଚିନ କିକ୍‌ ମାରି କମ୍‌ ଅନ୍‌ ଇଂଲଣ୍ଡ ବୋଲି କହିବାରେ ଭିଡିଓ ଶେଷ ହୋଇଥିଲା। ଡେଭିଡ୍‌ ବେକହାମ ଏବଂ େଓ୍ଵନ୍‌ ରୁନିଙ୍କ ଭଳି ଖେଳାଳି ଥାଇ ମଧ୍ୟ ଇଂଲଣ୍ଡ ବିଶ୍ୱକପର ଗତ କିଛି ସଂସ୍କରଣରେ ଖାସ୍‌ କିଛି କରି ପାରି ନଥିଲା। ଏଥର କୌଣସି ବଡ଼ ତାରକା ନଥିଲେ ମଧ୍ୟ ଇଂଲଣ୍ଡ ସେମିଫାଇନାଲ୍‌ ଯାଇଥିଲା। ଇଂଲଣ୍ଡ ୨୮ ବର୍ଷ ପରେ ସେମିଫାଇନାଲ୍‌ ଖେଳିଥିଲା। ଶେଷ ଥର ପାଇଁ ଏହି ଦଳ ୧୯୯୦ରେ ବିଶ୍ୱକପର ସେମିଫାଇନାଲରେ ପ୍ରବେଶ କରିବା ସହ ଏହା ପୂର୍ବରୁ ୧୯୬୬ରେ ପ୍ରଥମ ଓ ଶେଷ ଥର ପାଇଁ ବିଶ୍ୱ ବିଜେତା ହୋଇଥିଲା।

ସମ୍ବନ୍ଧିତ ଖବର