ବାରବାଟୀ ଟି-୨୦: କମିସନରେଟ ପୁଲିସ ହାତରେ ସୁରକ୍ଷା ବ୍ୟବସ୍ଥା

କଟକ: ଆଗାମୀ ଡିସେମ୍ବର ୨୦ରେ ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ହେବାକୁ ଥିବା ଟି-୨୦ ମ୍ୟାଚ ନେଇ କମିସନରେଟ ପୁଲିସ ତତ୍ପର ହୋଇଛି। କମିସନରେଟ ପୁଲିସ ବାରବାଟୀ ଷ୍ଟାଡିୟମକୁ ନିଜ ଅକ୍ତିଆରରେ ନେବ ବୋଲି କଟକ ଡିସିପି ଅଖିଳେଶ୍ୱର ସିଂହ କହିଛନ୍ତି। ସେ କହିଛନ୍ତି, ମ୍ୟାଚ ଶେଷ ହେବା ପର୍ଯ୍ୟନ୍ତ ୨୪ ଘଣ୍ଟିଆ ସୁରକ୍ଷା ଯୋଗାଇବା ପାଇଁ ପୁଲିସ ଦ୍ୱାରା କଡ଼ା ସୁରକ୍ଷା ବ୍ୟାବସ୍ଥା କରାଯିବ।

ସମ୍ବନ୍ଧିତ ଖବର