ସାଫ୍‌ ବାଳିକା ପ୍ରତିଯୋଗିତା: ନେପାଳକୁ ୧୦-୦ରେ ହରାଇଲା ଭାରତ

ଢାକା: ପ୍ରଥମ ଥର ଲାଗି ଆୟୋଜିତ ୧୫ ବର୍ଷରୁ କମ୍‌ ସାଫ୍‌ ମହିଳା ଫୁଟ୍‌ବଲ୍‌ ପ୍ରତିଯୋଗିତାରେ ଭାରତ ବିଜୟ ଅଭିଯାନ ଜାରି ରଖିଛି। ପ୍ରଥମ ମ୍ୟାଚ୍‌ରେ ଭୁଟାନ୍‌କୁ ୩-୦ ଗୋଲ୍‌ରେ ହରାଇଥିବା ଭାରତ ମଙ୍ଗଳବାର ଦ୍ୱିତୀୟ ମ୍ୟାଚ୍‌ରେ ନେପାଳକୁ ୧୦-୦ ଗୋଲ୍‌ରେ ପରାସ୍ତ କରିଛି। ପ୍ରିୟଙ୍କା ଦେବୀ ଓ ସୁନିତା ମୁଣ୍ଡା ହ୍ୟାଟ୍ରିକ୍‌ ଗୋଲ୍‌ ଦେବାର ସୌଭାଗ୍ୟ ଅର୍ଜନ କରିଥିଲେ। ଲିଣ୍ଡା କମ୍‌ ୨ ଏବଂ ସାନ୍ଥିୟା ଓ ଅନୟ ବାୟି ଗୋଟିଏ ଲେଖାଏଁ ଗୋଲ୍‌ ଦେଇଥିଲେ। ଉଭୟାର୍ଧରେ ଭାରତ ୫ ଲେଖାଏଁ ଗୋଲ୍‌ ଦେଇଥିଲା। ଅପରାଜେୟ ଭାରତ ଗୁରୁବାର ଶେଷ ଲିଗ୍‌ ମ୍ୟାଚ୍‌ରେ ବାଂଲାଦେଶକୁ ଭେଟିବ।

ସମ୍ବନ୍ଧିତ ଖବର