ସହିଦ ସ୍ପୋର୍ଟିଂ-ଜୁଭେନାଇଲ୍‌ ଫାଇନାଲ୍‌ ଆଜି

ଭୁବନେଶ୍ୱର: ତୃତୀୟ ପୁଷ୍ପଲତା ଗରାବଡ଼ୁ ମାଷ୍ଟର୍ସ ଟେ୍ଵଣ୍ଟି-୨୦ କ୍ରିକେଟ୍‌ ପ୍ରତିଯୋଗିତାର ଫାଇନାଲ୍‌ରେ ଭୁବନେଶ୍ୱରର ସହିଦ ସ୍ପୋର୍ଟିଂ ଓ କଟକର ଜୁଭେନାଇଲ୍‌ ମୁହାଁମୁହିଁ ହେବେ। ଆସନ୍ତାକାଲି (ରବିବାର) ଟ୍ରଫି ପାଇଁ ମୁକାବିଲା ହେବ। ପୁରୁଣା ଭୁବନେଶ୍ୱରସ୍ଥିତ ଟାଉନ୍‌ କ୍ଲବ୍‌ ଖେଳ ପଡ଼ିଆରେ ଚାଲିଥିବା ଏହି ପ୍ରତିଯୋଗିତାର ଶୁକ୍ରବାର ପ୍ରଥମ ସେମିଫାଇନାଲ୍‌ରେ ସହିଦ ସ୍ପୋର୍ଟିଂ ୭ ଓ୍ଵିକେଟ୍‌ରେ ପୁରୀର ପାୟୋନିଅର୍‌କୁ ପରାସ୍ତ କରିଥିଲା ବେଳେ ଶନିବାର ଦ୍ୱିତୀୟ ସେମିଫାଇନାଲ୍‌ରେ ଜୁଭେନାଇଲ୍‌ ୪ ଓ୍ଵିକେଟ୍‌ରେ ଭୁବନେଶ୍ୱରର ୟଙ୍ଗ୍‌ ଭେଟେରାନ୍‌ ଦଳକୁ ପରାସ୍ତ କରିଦେଇଛି। ଟସ୍‌ ଜିତିି ବ୍ୟାଟିଂ ନେଇଥିବା ୟଙ୍ଗ୍‌ ଭେଟେରାନ୍‌ ୧୯.୧ ଓଭରରେ ୧୦୮ ରନ୍‌ କରିପାରିଥିଲା। ସନ୍ଦୀପ ରଥ ୨୭ ବଲ୍‌ରୁ ୪୬ ଓ ଦୀପୁ ବହିରଞ୍ଜନ ୧୯ ରନ୍‌ କରିଥିଲା ବେଳେ ଜୁଭେନାଇଲ୍‌ ପକ୍ଷରୁ ସଫଳ ବୋଲର ଭାବେ ଏମ୍‌ଡି ବଦ୍ରୁଦିନ୍‌ ୪ ଓ ସଞ୍ଜୟ ଖୁଣ୍ଟିଆ ୩ ଓ୍ଵିକେଟ୍‌ ଦଖଲ କରିଥିଲେ। ଜବାବରେ ଜୁଭେନାଇଲ୍‌ ସଞ୍ଜୟ ଖୁଣ୍ଟିଆଙ୍କ ୩୭, ସୁବାସ ସିଂହ ଓ ଗିରିଜା ମିଶ୍ରଙ୍କ ୧୪ ରନ୍‌ ଲେଖାଏଁ ସହାୟତାରେ ୧୬.୪ ଓଭରରେ ୬ ଓ୍ଵିକେଟ୍‌ ବିନିମୟରେ ବିଜୟ ଲକ୍ଷ୍ୟରେ ପହଞ୍ଚି ଯାଇଥିଲା। ପବିତ୍ର ପ୍ରଧାନ ଓ ନିର୍ମଳ ମିଶ୍ର ମ୍ୟାଚ୍‌ ପରିଚାଳନା କରିଥିଲେ। ଏମ୍‌ଡି ବଦ୍ରୁଦିନ୍‌ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ଦୁଇ ଅତିଥି ପ୍ରଭାସିନୀ ସାହୁ ଓ ସତ୍ୟବ୍ରତ ଦେବତାଙ୍କଠାରୁ ଗ୍ରହଣ କରିଥିଲେ।

ସମ୍ବନ୍ଧିତ ଖବର