ପୁଷ୍ପଲତା ଗରାବଡ଼ୁ ମାଷ୍ଟର୍ସ କ୍ରିକେଟ୍‌: ଫାଇନାଲ୍‌ରେ ସହିଦ ସ୍ପୋର୍ଟିଂ

ଭୁବନେଶ୍ୱର: ଭୁବନେଶ୍ୱରର ସହିଦ ସ୍ପୋର୍ଟିଂ ପୁରୁଣା ଭୁବନେଶ୍ୱରସ୍ଥିତ ଟାଉନ୍‌ କ୍ଲବ୍‌ ଖେଳ ପଡ଼ିଆରେ ଚାଲିଥିବା ତୃତୀୟ ପୁଷ୍ପଲତା ଗରାବଡ଼ୁ ମାଷ୍ଟର୍ସ ଟେ୍ଵଣ୍ଟି-୨୦ କ୍ରିକେଟ୍‌ ପ୍ରତିଯୋଗିତାରେ ପ୍ରଥମ ଦଳ ଭାବେ ଫାଇନାଲ୍‌ ପ୍ରବେଶ କରିଛି। ଶୁକ୍ରବାର ପ୍ରଥମ ସେମିଫାଇନାଲ୍‌ରେ ଏହି ଦଳ ପୁରୀର ପାୟୋନିଅର୍‌କୁ ୭ ଓ୍ଵିକେଟ୍‌ରେ ପରାସ୍ତ କରିଦେଇଛି।

ଟସ୍‌ ଜିତିି ବ୍ୟାଟିଂ ନେଇଥିବା ପାୟୋନିଅର୍‌ ଟିଟୁଆ ସେନାପତିଙ୍କ ୩୯, ପ୍ରଭାତ ନାୟକଙ୍କ ୩୬ ଓ କ୍ଷୀରୋଦ ମିଶ୍ରଙ୍କ ୨୨ ରନ୍‌ ସହାୟତାରେ ନିର୍ଧାରିତ ୩୦ ଓଭରରେ ୫ ଓ୍ଵିକେଟ୍‌ ହରାଇ କରିଥିଲା ୧୩୩ ରନ୍‌। ଜବାବରେ ବିକାଶ ମହାନ୍ତି (୫୯)ଙ୍କ ଅର୍ଧଶତକ ସାଙ୍ଗକୁ ଅବିନାଶ ରଥଙ୍କ ୩୫ ଓ ମନୋଜ ବେହେରାଙ୍କ ଅପରାଜିତ ୧୬ ରନ୍‌ ବଳରେ ସହିଦ ସ୍ପୋର୍ଟିଂ ୧୬.୩ ଓଭରରେ ୩ ଓ୍ଵିକେଟ୍‌ ହରାଇ ବିଜୟ ଲକ୍ଷ୍ୟ ହାସଲ କରିନେଇଥିଲା। ପାୟୋନିଅର୍‌ ପକ୍ଷରୁ ଟିଟୁଆ ସେନାପତି ୨ ଓ୍ଵିକେଟ୍‌ ପାଇଥିଲେ। ବିଜୟୀ ଦଳର ବିକାଶ ମହାନ୍ତିଙ୍କୁ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ଟାଉନ୍‌ କ୍ଲବ୍‌ର କ୍ରୀଡ଼ା ସଂପାଦକ ମନୋଜ ମହାପାତ୍ର ପ୍ରଦାନ କରିଥିଲେ। ପ୍ରଦୀପ ଜେନା ଓ ସିଦ୍ଧାନ୍ତ ବେହେରା ମ୍ୟାଚ୍‌ ପରିଚାଳନା କରିଥିଲେ। ଶନିବାର ଦ୍ୱିତୀୟ ସେମିଫାଇନାଲ୍‌ରେ ୟଙ୍ଗ୍‌ ଭେଟେରାନ୍‌ (ଭୁବନେଶ୍ୱର) ଓ ଜୁଭେନାଇଲ (କଟକ) ମୁହାଁମୁହିଁ ହେବେ।

ସମ୍ବନ୍ଧିତ ଖବର