ସାଇଠୁ ହାରିଲା ଓଡ଼ିଶା

ଜାତୀୟ ବାଳିକା ହକି

ଭୁବନେଶ୍ୱର: ହକି ଇଣ୍ଡିଆ ଆନୁକୂଲ୍ୟରେ ହରିଆନାର ହିସାର୍‌ରେ ଚାଲିଥିବା ଅଷ୍ଟମ ଜାତୀୟ ଉପକନିଷ୍ଠ ବାଳିକା ହକି ପ୍ରତିଯୋଗିତା (ଡିଭିଜନ୍‌-ଏ)ରେ ହକି ଓଡ଼ିଶା ପରାଜୟରୁ ଅଭିଯାନ ଆରମ୍ଭ କରିଛି। ଗୁରୁବାର ଭାରତୀୟ କ୍ରୀଡ଼ା ପ୍ରାଧୀକରଣ (ସାଇ) ବିପକ୍ଷ ମୁକାବିଲାରେ ଓଡ଼ିଶା ୨-୦ ଗୋଲ୍‌ରେ ହାରି ଯାଇଥିଲା। ପ୍ରଥମାର୍ଧ ଉଭୟ ଦଳ ଗୋଲ୍‌ ଦେବାକୁ ସକ୍ଷମ ହୋଇ ନଥିଲେ। ଫଳରେ ସ୍ଥିତି ୦-୦ ଥିଲା। କିନ୍ତୁ ଦ୍ୱିତୀୟାର୍ଧରେ ସାଇ ପକ୍ଷରୁ ସ୍ୱର୍ଣ୍ଣିକା ରାଓ୍ଵତ (୫୫, ୬୧ ମିନିଟ୍‌) ଯୁଗଳ ଗୋଲ୍‌ ନେଇ ଏହି ବିଜୟ ଭେଟି ଦେଇଥିଲେ। ଓଡ଼ିଶା ପରବର୍ତୀ ମ୍ୟାଚ୍‌ ୧୩ ତାରିଖରେ ହକି ଭୋପାଳକୁ ଭେଟିବ। ଶୁକ୍ରବାର ହକି ହିମ୍‌କୁ ହକି ଗାଙ୍ଗପୁର-ଓଡ଼ିଶାକୁ ଭେଟିବ। ଅନ୍ୟ ମ୍ୟାଚ୍‌ ଗୁଡ଼ିକରେ ଦିଲ୍ଲୀ ୧୨-୦ ଗୋଲ୍‌ରେ ମଧ୍ୟପ୍ରଦେଶକୁ, ଆନ୍ଧ୍ରପ୍ରଦେଶ ୨-୧ ଗୋଲ୍‌ରେ ଉତ୍ତର ପ୍ରଦେଶକୁ, ହକି ହିମ୍‌ ୭-୧ ଗୋଲ୍‌ରେ କର୍ଣ୍ଣାଟକକୁ, ମିଜୋରମ ୧୨-୦ ଗୋଲ୍‌ରେ ଛତିଶଗଡ଼କୁ ଏବଂ ହରିଆନା ୧୬-୦ ଗୋଲ୍‌ରେ ତାମିଲନାଡ଼ୁକୁ ହରାଇଥିଲା।

ସମ୍ବନ୍ଧିତ ଖବର