ସିଲି ପଏଣ୍ଟ୍‌:ସ‌ାଇନା-କାଶ୍ୟପ ବିବାହ ଡିସେମ୍ବରରେ

ହାଇଦ୍ରାବାଦ: ଦଶନ୍ଧି ଦଶନ୍ଧି ଧରି ଭାରତୀୟ କ୍ରୀଡ଼ା ଦୁନିଆରେ ହାଇ ପ୍ରୋଫାଇଲ୍ ରୋମାନ୍ସର ଏକାଧିକ ଉଦାହରଣ ରହିଥିଲା। ବିଶେଷ କରି ବ୍ୟାଡ଼ମିଣ୍ଟନ୍‌ରେ ଏହାର ଧାରା ଅଧିକ। ଏହାକୁ ଆଗକୁ ନେଇଛନ୍ତି ଅଲିମ୍ପିକ୍ ପଦକ ବିଜୟିନୀ ସାଇନା ନେହ୍ବାଲ। ଡିସେମ୍ବରରେ ସାଇନା ନିଜ ଦୀର୍ଘଦିନର ବଂଧୁ ତଥା ସାଥୀ ଖେଳାଳି ପୁରୁପଲି କାଶ୍ୟପଙ୍କୁ ବିବାହ କରିବାକୁ ଯାଉଛନ୍ତି। ମିଳିଥିବା ସୂଚନା ଅନୁସାରେ ଡିସେମ୍ବର ୧୬ ତାରିଖରେ ଏହି ଚର୍ଚିତ ବିବାହ ଅନୁଷ୍ଠିତ ହେବ। ମାତ୍ର ୧୦୦ ଜଣ ସ୍ବତନ୍ତ୍ର ଅତିଥି ଏବଂ ପରିବାର ଲୋକଙ୍କ ଭିତରେ ଏହା ସୀମିତ ରହିବ ବୋଲି ମଧ୍ୟ ସୂଚନା ମିଳିଛି। ଡିସେମ୍ବର ୨୧ ତାରିଖରେ କିନ୍ତୁ ଏକ ବଡ଼ ଅଭ୍ୟର୍ଥନା ଭୋଜିର ଆୟୋଜନ କରାଯାଇଛି। ବିଗତ କିଛି ଦିନ ହେବ ବିବାହ ତାରିଖ ଚୂଡାନ୍ତ ନେଇ ଆଲୋଚନା ଚାଲିଥିଲା।‌ ‌େଶଷରେ ଏହା ବାସ୍ତବ ରୂପ ନେବାକୁ ଯାଉଛି‌ ବୋଲି ସେମାନଙ୍କ ପରିବାର ଲୋକଙ୍କ ଜଣେ ଘନିଷ୍ଠ ପ୍ରକାଶ କରିଛନ୍ତି।
ବିଗତ ଏକ ଦଶନ୍ଧି ଧରି ଏହି ହାଇଦ୍ରାଦାଦୀ ଯୋଡ଼ିଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ରହିଥିଲା। କିଦାମ୍ବି ଶ୍ରୀକାନ୍ତ, ଏଚ୍ଏସ୍ ପ୍ରଣୟ ଏବଂ ଗୁରୁସାଇଦତ୍ତଙ୍କ ସହିତ ଗୋଟିଏ ଗ୍ରୁପରେ ଖେଳୁଥିବା ବେଳେ ଏ ଦୁହେଁ ନିଜ ସମ୍ପର୍କକୁ ଗୋପନ ରଖିବାରେ ସକ୍ଷମ ହେଉଥିଲେ। କିନ୍ତୁ କାଁ ଭାଁ ଆଭାସ ମିଳୁଥିଲେ ଉଭୟ ଏହାକୁ ଅସ୍ବୀକାର କରୁନଥିଲେ କି ସ୍ପଷ୍ଟ ବି କରୁନଥିଲେ। ସାଇନା-କାଶ୍ୟପଙ୍କ ବିବାହ ସମ୍ପନ୍ନ ହେଲେ ଏହା ଭାରତରେ କ୍ରୀଡ଼ା ଯୁଗଳବନ୍ଦୀଙ୍କ ସଂଖ୍ୟା ବଢ଼ିଯିବ। ନିକଟ ଅତୀତରେ ଦୀପିକା ପାଲିକଲ-ଦୀନେଶ କାର୍ତିକ, ଈଶାନ୍ତ ଶର୍ମା-ପ୍ରତିମା ସିଂହ, ଗୀତା ଫୋଗତ୍-ପବନ କୁମାର ଏବଂ ସାକ୍ଷୀ ମଲ୍ଲିକ-ସତ୍ୟବ୍ରତ କାଡିଆଁ ଏହି ଧାରାରେ ସାମିଲ ହୋଇଥିଲେ। ସେହ‌ିଭଳି ବିଶ୍ବର ବ୍ୟାଡ଼୍‌ମିଣ୍ଟନ୍ ଦମ୍ପତ୍ତିଙ୍କ ପଦାଙ୍କ ଅନୁସରଣ କରିବେ ସାଇନା-କାଶ୍ୟପ। ପୂର୍ବରୁ ଇଣ୍ଡୋନେସିଆର ସୁସୀ ସୁଶାନ୍ତି-ଆଲାନ୍ ବୁଦିକୁସୁମା, ଚୀନ୍‌ର ଲିନ୍ ଡାନ୍-ଜି ଜିଙ୍ଗଫାଙ୍ଗ୍, ବ୍ରିଟିଶ ଯୋଡ଼ି କ୍ରିସ୍ ଓ ଗାବି ଆଡକକ୍ ଏବଂ ଭାରତର ମଧୁସ୍ମିତା ଗୋସ୍ବାମୀ-ବିକ୍ରମ ସିଂହ ଭିଷ୍ଟ ଓ ସୟଦ ମୋଦି-ଅମିତା କୁଲକର୍ଣ୍ଣି ମଧ୍ୟ ବ୍ୟାଡ଼୍‌ମିଣ୍ଟନ୍ ଦମ୍ପତ୍ତି ତାଲିକାରେ ରହିଛନ୍ତି।
କାଶ୍ୟପ ୨୦୧୪ ମସିହାରେ ରାଜ୍ୟଗୋଷ୍ଠୀ କ୍ରୀଡ଼ା ସ୍ବର୍ଣ୍ଣ ପଦକ ଜିତିଥିବା ‌େବ‌ଳେ ସାଇନାଙ୍କୁ ତାଙ୍କ ବଂଧୁ ଓ ଅଭ୍ୟାସ ପାର୍ଟନର ଭାବେ ବ୍ୟହହାର କରୁଥିଲେ। ୨୦୦୫ରେ ପୁଲେଲା ଗୋପୀଚାନ୍ଦଙ୍କ ଅଧିନରେ ପ୍ରଶିକ୍ଷଣ ଆରମ୍ଭ କରିବା ଦିନରୁ ପରସ୍ପରର ନିକଟତର ହୋଇଥିଲେ। ଲଣ୍ଡନ୍ ଅଲିମ୍ପିକ୍ସରେ କାଂସ୍ୟ ପଦକ ଏବଂ ବିଶ୍ବ ପ୍ରତିଯୋଗିତାରେ ରୌପ୍ୟ ପଦକ ସହିତ ମୋଟ ୨୦ ପ୍ରମୁଖ ଟ୍ରଫି ଜିତିବା ପରେ ସାଇନା ସୁପର୍‌ଷ୍ଟାର୍ ପାଲଟିଯାଇଥିଲେ। କାଶ୍ୟପ ମଧ୍ୟ ପୁୁରୁଷ ସର୍କିଟରେ ଭଲ କରୁଥିଲେ ଏବଂ ଏକଦା ବିଶ୍ବ ମାନ୍ୟତାର ୬ ନମ୍ବର ଖେଳାଳି ପାଲଟିଥିଲେ। ଆହତ କାରଣରୁ ତାଙ୍କ ଖେଳ ଅଗ୍ରଗତି ଅଟକିଥିଲା।

ସମ୍ବନ୍ଧିତ ଖବର