କ୍ଷମା ମାଗି ଶିବିରରେ ରହିଲେ ସାକ୍ଷୀ

ନୂଆଦିଲ୍ଲୀ: ବିଶୃଙ୍ଖଳିତ ଆଚରଣ ଲାଗି ଅଲିମ୍ପିକ୍‌ ପଦକ ବିଜୟିନୀ ସାକ୍ଷୀ ମଲ୍ଲିକଙ୍କୁ ଭାରତୀୟ କୁସ୍ତି ମହାସଂଘ (ଡବ୍ଲୁଏଫ୍‌ଆଇ) ସୋମବାର କାରଣଦର୍ଶାଅ ନୋଟିସ୍‌‌ ଦେଇଥିଲା। ନୋଟିସ ପାଇବା‌ ପରେ ସାକ୍ଷୀ ଡବ୍ଲୁଏଫ୍‌ଆଇ ନିକଟରେ କ୍ଷମା ମାଗିନେଇଥିଲେ। ପୂର୍ବପରି ଜାତୀୟ ଶିବିରରେ ରହିଥିଲେ। ସୂଚନାଯୋଗ୍ୟ ଯେ ଲକ୍ଷ୍ନୌ ସାଇ କେନ୍ଦ୍ରରେ ୪୫ ଜଣ ମହିଳା କୁସ୍ତି ଯୋଦ୍ଧାଙ୍କୁ ନେଇ ପ୍ରଶିକ୍ଷଣ ଶିବିର ଚାଲିଥିଲା ବେଳେ ସାକ୍ଷୀଙ୍କ ସମେତ ୨୫ ଜଣ ଶିବିରାର୍ଥୀ ଡବ୍ଲୁଏଫ୍‌ଆଇ ବିନା ଅନୁମତିରେ ଶିବିର ଛାଡ଼ିଥିଲେ। ଏଥିରେ ସାକ୍ଷୀ (୬୨ କେଜି)ଙ୍କ ସହ ନିକଟରେ ବିଶ୍ବ ପ୍ରତିଯୋଗିତା ଲାଗି ଯୋଗ୍ୟତା ଅର୍ଜନ କରିଥିବା ସୀମା ବିସ୍‌ଲା (୫୦ କେଜି) ଓ କିରଣ (୭୬ କେଜି) ଭଳି ପ୍ରମୁଖ ଖେଳାଳି ଥିଲେ। ବୁଧବାର ସୁଦ୍ଧା ଜବାବ ରଖିବାକୁ ନୋଟିସ୍‌‌ ଜାରି ହୋଇଥିଲା

ସମ୍ବନ୍ଧିତ ଖବର