ସେମିଫାଇନାଲ୍‌ରେ ସମ୍ରାଟ କ୍ଲବ୍‌ ଓ ଜେସିସି

ମୃତ୍ୟୁଂଜୟ ପାଢ଼ୀ ସର୍ବଭାରତୀୟ ଟି-୨୦ କ୍ରିକେଟ୍‌

ବାଲିଆପାଳ: ବାଲେଶ୍ୱର ଜିଲ୍ଲା ବାଲିଆପାଳ କ୍ରୀଡ଼ା ମହାବିଦ୍ୟାଳୟ ପରିସରରେ ମୃତ୍ୟୁଂଜୟ ପାଢ଼ୀ ସର୍ବଭାରତୀୟ ଟି-୨୦ କ୍ରିକେଟ୍‌ ପ୍ରତିଯୋଗିତା ଗୁରୁବାରଠୁ ଆରମ୍ଭ ହୋଇଛି। ଜେସିସି ଭଦ୍ରକ ଦଳ ଉଦ୍‌ଘାଟନୀ ମ୍ୟାଚ୍‌ ଜିତିଥିଲା। ଏହି ଦଳ ବାଲିଆପାଳ କ୍ରୀଡ଼ା ମହାବିଦ୍ୟାଳୟ ଦଳକୁ ୮୧ ରନ୍‌ରେ ପରାସ୍ତ କରିଥିଲା। ଶାନ୍ତନୁ ଦାସ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ।
ସେହିପରି ପ୍ରଥମ କ୍ୱାର୍ଟର ଫାଇନାଲ୍‌ରେ ରାମେଶ୍ୱର ସ୍ପୋଟିଂକୁ ୬ ଓ୍ଵିକେଟ୍‌ରେ ପରାସ୍ତ କରି ଭଦ୍ରକର ଜେସିସି ଦଳ ସେମିଫାଇନାଲ୍‌ ସ୍ଥାନ ପକ୍କା କରିଥିଲା। ଦ୍ୱିତୀୟ କ୍ୱାର୍ଟର ଫାଇନାଲ୍‌ ମ୍ୟାଚ୍‌ରେ ଯାଜପୁର ସ୍ପୋଟ୍‌ର୍ସ ଏକାଡେମି ଦଳକୁ ୪ ଓ୍ଵିକେଟ୍‌ରେ ହରାଇ ବାଲେଶ୍ୱରର ସମ୍ରାଟ କ୍ଲବ୍‌ ମଧ୍ୟ୍ୟ ସେମିଫାଇନାଲ୍‌ ପ୍ରବେଶ କରିଛି। ପ୍ରତାପ ପାତ୍ର, ଆଦିତ୍ୟ ପ୍ରସାଦ ପଟ୍ଟନାୟକ, ସମର୍ପିତ ପ୍ରଧାନ ମ୍ୟାଚ୍‌ ପରିଚାଳନା କରିଥିଲେ। ଏସ୍‌ଆର କ୍ଲବ୍‌ ଓ ବାଲିଆପାଳ କ୍ରୀଡ଼ା ମାହାବିଦ୍ୟାଳୟ ମିଳିତ ସହଯୋଗରେ ଅନୁଷ୍ଠିତ ଏହି ପ୍ରତିଯୋଗିତାର ଉଦ୍‌ଘାଟନୀ ସଭାରେ ମହାବିଦ୍ୟାଳୟର ଅଧ୍ୟକ୍ଷ ସୁଶାନ୍ତ କୁମାର ଦେ ସଭାପତିତ୍ୱ କରିଥିଲେ। ମୁଖ୍ୟ ଅତିଥି ଭାବେ ବାଲେଶ୍ୱର ଜିଲ୍ଲା ଏକ୍ସିସ୍‌ ବ୍ୟାଙ୍କ କ୍ଲଷ୍ଟର ମୁଖ୍ୟ ଅନନ୍ତ ଚରଣ ସ୍ୱାଇଁ ଏବଂ ଅତିଥି ଭାବେ ବାଲିଆପାଳ ଶାଖା ପରିଚାଳକ ସୁଶାନ୍ତ କୁମାର ଦାସ, ବାଲିଆ କ୍ରୀଡ଼ା ମହାବିଦ୍ୟାଳୟର ସଦସ୍ୟ ସଂପାଦକ ଡ. ଶ୍ରୀକାନ୍ତ ମିଶ୍ର, ପରିଚାଳନା କମିଟି ସଦସ୍ୟ ଅଧ୍ୟାପକ ଅନନ୍ତ କୁମାର ପ୍ରଧାନ, ତ୍ରିଲୋଚନ ଖଣ୍ଡା, ବଳରାମ ସାହୁ, ସେକ ଅବଦୁଲ ରହିମ ଯୋଗଦେଇଥିଲେ। ସହକାରୀ ପ୍ରଫେସର ସୁଶାନ୍ତ କୁମାର ଦାସ ଅତିଥିମାନଙ୍କ ପରିଚୟ ପ୍ରଦାନ କରିଥିଲେ।

ସମ୍ବନ୍ଧିତ ଖବର