ଭଂଜ ଟ୍ରଫି ଫୁଟ୍‌ବଲ୍‌ ସେମିରେ ସଂଘର୍ଷ କ୍ଲବ୍‌

ଭଂଜନଗର: ଗଂଜାମ ଜିଲ୍ଲା ଭଂଜନଗର ଫୁଟ୍‌ବଲ ସଂଘ ପକ୍ଷରୁ ସ୍ଥାନୀୟ ଜେଲ୍‌ ପଡ଼ିଆରେ ଚାଲିଥିବା ସର୍ବଭାରତୀୟ ଭଂଜଟ୍ରଫି ଫୁଟ୍‌ବଲ ପ୍ରତିଯୋଗିତାରେ ଭୁବନେଶ୍ୱରର ସଂଘର୍ଷ କ୍ଲବ୍‌ ୨-୦ ଗୋଲ୍‌ରେ ଭଂଜନଗର ମରାଠା ଇଲେଭେନ୍‌କୁ ହରାଇ ସେମିଫାଇନାଲ୍‌ରେ ପ୍ରବେଶ କରିଛି। ଉଭୟ ଦଳ ମଧ୍ୟରେ ଆଜି କଡ଼ା ଟକ୍କର ଦେଖିବାକୁ ମିଳିଥିଲା। ପ୍ରଥମାର୍ଦ୍ଧରେ ସଂଘର୍ଷ କ୍ଲବ୍‌ ପକ୍ଷରୁ ନାଇଜେରୀୟ ତାରକା ଏଡେବାୟ ପ୍ରଥମ ଗୋଲ୍‌ ଓ ଦ୍ୱିତୀୟାର୍ଦ୍ଧରେ ଆପୁଲ ଭୋଇ ଦ୍ୱିତୀୟ ଗୋଲ କରି ଦଳର ବିଜୟରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ଭାବେ ପୁରସ୍କାର ହାତେଇଥିବା ଏଡେବାୟଙ୍କ ଆକ୍ରମଣାତ୍ମକ ଭଙ୍ଗୀ ପ୍ରମୁଖ ଆକର୍ଷଣ ଥିଲା। ମଙ୍ଗଳବାର ସଂଘର୍ଷ କ୍ଲବ ଓ କିଶୋର କ୍ଲବ ମଧ୍ୟରେ ପ୍ରଥମ ସେମିଫାଇନାଲ୍‌ ଖେଳାଯିବ।

ସମ୍ବନ୍ଧିତ ଖବର