ତୀର୍ଥରୁ ଫେରିଲେ ସାନିଆ

ହାଇଦ୍ରାବାଦ: ପ୍ରଥମ ସନ୍ତାନର ପ୍ରସବ ପୂର୍ବରୁ ମୁସଲମାନଙ୍କ ପବିତ୍ର ଧର୍ମସ୍ଥଳ ମଦିନାକୁ ତୀର୍ଥଯାତ୍ରାରେ ଯାଇଥିବା ଭାରତୀୟ ଟେନିସ୍‌ ତାରକା ସାନିଆ ମିର୍ଜା ହାଇଦ୍ରାବାଦ ଫେରି ଆସିଛନ୍ତି। ପତି ତଥା ପାକିସ୍ତାନ କ୍ରିକେଟ୍‌ ଦଳର ପୂର୍ବତନ ଅଧିନାୟକ ସୋଏବ ମଲ୍ଲିକ, ପିତା ଇମ୍ରାନ, ମା’ ନସିମା ଏବଂ ଭଉଣୀ ଆନମଙ୍କ ସହ ମଦିନାର ବିଭିନ୍ନ ପବିତ୍ର ସ୍ଥଳ ବୁଲି ଦେଖିବା ପରେ ସାନିଆଙ୍କୁ ହାଇଦ୍ରାବାଦ ବିମାନ ବନ୍ଦରରେ ଦେଖିବାକୁ ମିଳିଛି। ଦୁବାଇ ଗସ୍ତରେ ସାନିଆ ବିଭିନ୍ନ ତୀର୍ଥ ସ୍ଥଳୀ ବୁଲି ଆଲ୍ଲାଙ୍କ ଆଶୀର୍ବାଦ ଭିକ୍ଷା କରିଥିଲେ। ୨୦୧୦ରେ ସୋଏବ୍‌ଙ୍କୁ ବିବାହ କରିଥିବା ସାନିଆ ଆସନ୍ତା ଅକ୍ଟୋବରରେ ପ୍ରଥମ ସନ୍ତାନକୁ ଜନ୍ମ ଦେବେ ବୋଲି ଡାକ୍ତରମାନେ ଆକଳନ କରିଛନ୍ତି।

ସମ୍ବନ୍ଧିତ ଖବର