ଭୁବନେଶ୍ବର: ଓଡ଼ିଶା ଫୁଟ୍ବଲ୍ ସଂଘ (ଫାଓ)ର ସଂପାଦକ ପଦରୁ ସଞ୍ଜୟ ବେହେରା ଇସ୍ତଫା ଦେଇଛନ୍ତି। ବ୍ୟକ୍ତିଗତ କାରଣ ଦର୍ଶାଇ ରବିବାର ଅଧିକାରୀଙ୍କ ବୈଠକ ଅବସରରେ ସେ ଇସ୍ତଫା ଦେଇଥିବା ଜଣାଇଛନ୍ତି। ସଞ୍ଜୟ ତାଙ୍କ ଇସ୍ତଫା ପତ୍ରକୁ ଫାଓ ସଭାପତି ଦେବାଶିଷ ସାମନ୍ତରାୟଙ୍କୁ ପ୍ରଦାନ କରିଛନ୍ତି। ଆଜି ପର୍ଯ୍ୟନ୍ତ ରାଜ୍ୟରେ ଫୁଟ୍ବଲ୍ର ବିକାଶ ନିମନ୍ତେ ନିଷ୍ଠାପର ଭାବେ କାର୍ଯ୍ୟ କରିଆସିଛି। ଏଥିରେ ସଂଘର ସଭାପତି, କର୍ମକର୍ତାଙ୍କ ସମର୍ଥନ ପାଇଥିଲି। ସେଥିପାଇଁ ସମସ୍ତଙ୍କୁ ଧନ୍ୟବାଦ ଜଣାଉଛି। ହେଲେ ବ୍ୟକ୍ତିଗତ କାରଣ ପାଇଁ ଆଉ କାର୍ଯ୍ୟ କରିବା ସମ୍ଭବ ହେଉନାହିଁ ବୋଲି ସଞ୍ଜୟ ଇସ୍ତଫାପତ୍ରରେ ଉଲ୍ଲେଖ କରିଛନ୍ତି। କ୍ରୀଡ଼ା ମନ୍ତ୍ରୀ ତୁଷାରକାନ୍ତି ବେହେରା, କ୍ରୀଡ଼ା ସଚିବ ବିଶାଳ ଦେବ ଏବଂ କ୍ରୀଡ଼ା ନିର୍ଦେଶକ ଆର୍ ଭିନିଲ କ୍ରିଷ୍ଣା ଓ ଗଣମାଧ୍ୟମକୁ ସେ ଧନ୍ୟବାଦ ଦେଇଛନ୍ତି। ରବିବାର ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଫାଓ କାର୍ଯ୍ୟକାରୀ ସଭାପତି ଶ୍ରୀକର ମିଶ୍ର, ବିଜୟ ଦାସ, ଭକ୍ତବଲ୍ଲଭ ଦାସ, ସୁବ୍ରତ କୁମାର ପଣ୍ଡା ଓ ଦିଲିପ କୁମାର ସାହୁ, ୨ ଯୁଗ୍ମ ସଂପାଦକ ଅଭିଜିତ ପଲ୍ ଓ ସଂଗୀତା ଶର୍ମା ଉପସ୍ଥିତ ଥିଲେ। ତେବେ ସଞ୍ଜୟ ଓଡ଼ିଶା କ୍ରିକେଟ୍ ସଂଘର ନିର୍ବାଚନ ଲଢ଼ିବା ଲାଗି ଏଭଳି ନିଷ୍ପତ୍ତି ନେଇଥିବା ଅନୁମାନ କରାଯାଉଛି। ଏଥିଲାଗି ସଞ୍ଜୟ ମଧ୍ୟ ଭିତରେ ଭିତରେ ପ୍ରସ୍ତୁତି ଚଳାଇଛନ୍ତି। ସମର୍ଥକମାନଙ୍କୁ ଏକଜୁଟ କରିବା କାର୍ଯ୍ୟ ଆରମ୍ଭ କରି ଦେଇଛନ୍ତି। ସଞ୍ଜୟ ଓସିଏର ସଂପାଦକ ଦୌଡ଼ ସବୁଠାରୁ ଆଗରେ ଥିବା ଖବର ସର୍ବପ୍ରଥମେ ‘ସମ୍ବାଦ’ରେ ପ୍ରକାଶ ପାଇଥିଲା। ଯାହା ଏବେ ଆପାତତଃ ସତ ହୋଇଛି। ସଞ୍ଜୟଙ୍କ ସହ କଟକରୁ ପ୍ରଦୀପ ଚୌହ୍ବାନ ମଧ୍ୟ ଓସିଏ ନିର୍ବାଚନ ଲଢ଼ିବାର ସମ୍ଭାବନା ରହିଛି। ଏହି ଦୁଇ ଜଣଙ୍କ ଛଡ଼ା ବିଭିନ୍ନ ଜିଲ୍ଲା ସଙ୍ଘର ୩ରୁ ୪ ଆଶାୟୀ ପ୍ରାର୍ଥୀ ମଧ୍ୟ ଅଛନ୍ତି।
ଫାଓ ସଂପାଦକ ପଦରୁ ସଞ୍ଜୟଙ୍କ ଇସ୍ତଫା, ଓସିଏ ନିର୍ବାଚନ ଲଢ଼ି ପାରନ୍ତି
/sambad/media/post_attachments/wp-content/uploads/2019/08/oca.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)