ପ୍ରଥମ ରାଜ୍ୟ ଇନ୍‌ଡୋର ନୌଚାଳନା, ବରିଷ୍ଠରେ ସଂଯୁକ୍ତା‌ ଓ ପରମିନ୍ଦର ବିଜେତା

ଭୁବନେଶ୍ବର: ପ୍ରଥମ ରାଜ୍ୟ ଇନ୍‌ଡୋର ନୌଚାଳନା ପ୍ରତିଯୋଗିତା ଶନିବାର ଜଗତପୁର ସ୍ଥିତ ସାଇ ଜଳକ୍ରୀଡ଼ା କେନ୍ଦ୍ରରେ ଅନୁଷ୍ଠିତ ‌ହୋଇଯାଇଛି। ଏଥି‌ରେ ଉପକନିଷ୍ଠ, କନିଷ୍ଠ, ବରିଷ୍ଠ (ଉଭୟ ବାଳକ ଓ ବାଳିକା) ଆଦି ବର୍ଗରେ ପ୍ରତିଦ୍ବନ୍ଦ୍ବିତା ହୋଇଥିଲା। ପ୍ରତିଯୋଗିତା ୧,୦୦୦ ଓ ୨,୦୦୦ ମିଟର ବର୍ଗ ଏବଂ ସିଙ୍ଗଲ ଓ ପେୟାର ଇଭେଣ୍ଟରେ ଖେଳାଯାଇଥିଲା। ଶେଷରେ ସାଇ ନୌଚାଳନା ପ୍ରଶିକ୍ଷକ ପିଟି ପୌଲୁଜ ଓ ଇନ୍ଦ୍ରପାଲ ସିଂହ ବିଜେତାଙ୍କୁ ପୁରସ୍କାର ବିତରଣ କରିଥିଲେ। ଓଡ଼ିଶା ନୌଚାଳନା ସଂଘର ସଭାପତି ବିନୋଦ ଦାଶ ଓ ସାଧରଣ ସଂପାଦକ ଅମରଜ୍ୟୋତି ସିଂଦେଓ ବିଜେତାମାନଙ୍କୁ ଅଭିନନ୍ଦନ ଜଣାଇଥିଲେ। ପ୍ରତିଯୋଗିତାର ବିଭିନ୍ନ ବର୍ଗରେ ବିଜେତା ହୋଇଥିବା ପ୍ରତିଯୋଗୀମାନେ ହେଲେ:

ଉପ କନିଷ୍ଠ ବାଳିକା: ହର୍ନୁର ସିନ୍ଧୁ । ଉପକନିଷ୍ଠ ବାଳକ: ସଂଜୟ ଯାଦବ। କନିଷ୍ଠ ବାଳିକା (ଏ): ରେଶନା କୁମାରୀ ମିଞ୍ଜ। କନିଷ୍ଠ ବାଳିକା (ବି): ଅବିନାଶ କୌର। କନିଷ୍ଠ ବାଳିକା (ପେୟାର): କଶପ୍ରୀତ କୌର ବ୍ରାର-ସୋନାଲି ସ୍ବାଇଁ। କନିଷ୍ଠ ବାଳକ (ଏ): ସଙ୍ଘଦୀପ ସିଂହ। କନିଷ୍ଠ ବାଳକ (ବି): ଶୋବିତ ପାଣ୍ଡେ। କନିଷ୍ଠ ବାଳକ (ପେୟାର): କରଣବୀର ସିଂହ, ପ୍ରେଧୁମନ ସିଂହ। ମହିଳା: ସଂଯୁକ୍ତା ଡୁଙ୍ଗ ଡୁଙ୍ଗ। ପୁରୁଷ: ପରମିନ୍ଦର ସିଂହ। ମହିଳା (ପେୟାର): ପ୍ରମିଳା ପ୍ରଭା ମିଞ୍ଜ-ମଞ୍ଜୁଳା ଖେସ୍।

ସମ୍ବନ୍ଧିତ ଖବର