ସନ୍ତୋଷ ମାଷ୍ଟର୍ସ ଦୌଡ଼କୁଦ ଜାତୀୟ ସଂଘ ଉପସଭାପତି

ଭୁବନେଶ୍ୱର: ଓଡ଼ିଶା ମାଷ୍ଟର୍ସ ଦୌଡ଼କୁଦ ସଂଘର ସଂପାଦକ ସନ୍ତୋଷ କୁମାର ଦାସ ଜାତୀୟ ସଂଘର ଉପସଭାପତି ଭାବେ ନିର୍ବାଚିତ ହୋଇଛନ୍ତି। ଜୁଲାଇ ୧୯ ତାରିଖରେ ବାଙ୍ଗାଲୋରର ଭିଟି ପାରାଡାଇଜ୍‌ ହୋଟେଲରେ ସର୍ବଭାରତୀୟ ମାଷ୍ଟର୍ସ ଦୌଡ଼କୁଦ ସଂଘ (ଏମ୍‌ଏଏଫ୍‌ଆଇ)ର ନୂତନ କର୍ମକର୍ତା ନିର୍ବାଚନ ହୋଇଥିଲା। ସମସ୍ତ କର୍ମକର୍ତା ୫ ବର୍ଷ ପାଇଁ ନିର୍ବାଚିତ ହୋଇଥିଲା ବେଳେ ଏଥିରେ ସନ୍ତୋଷଙ୍କୁ ଉପସଭାପତି ପଦ ମିଳିଛି। ଏହି ନିର୍ବାଚନରେ ବିଶ୍ୱ ମାଷ୍ଟର୍ସ ଦୌଡ଼କୁଦ ସଂଘର ଉପସଭାପତି ଲଣ୍ଡନର ଓ୍ଵିଲିୟମ୍‌ ଥୋମାସ ପର୍ଯ୍ୟବେକ୍ଷକ ଭାବେ ଯୋଗ ଦେଇଥିଲେ। ଆଗାମୀ ୫ ବର୍ଷ ପାଇଁ ସର୍ବଭାରତୀୟ ସଂଘର ନୂଆ ସଭାପତି ଓ ସଂପାଦକ ଭାବେ ଯଥାକ୍ରମେ ଏଚ୍‌ଏସ୍‌ ଧିଲନ୍‌ ଓ ଡେଭିଡ୍‌ ପ୍ରେମନାଥ ନିର୍ବାଚିତ ହୋଇଛନ୍ତି। ସନ୍ତୋଷ ଉପସଭାପତି ଭାବେ ନିର୍ବାଚିତ ହୋଇଥିବାରୁ ଓଡ଼ିଶା ମାଷ୍ଟର୍ସ ଦୌଡ଼କୁଦ ସଂଘ ପକ୍ଷରୁ ତାଙ୍କୁ ଅଭିନନ୍ଦନ ଜ୍ଞାପନ କରାଯାଇଛି।

ସମ୍ବନ୍ଧିତ ଖବର