ସନ୍ତୋଷ ସ୍ମାରକୀ କ୍ରିକେଟ୍‌: ଫରେଷ୍ଟ୍‍ଏବଂ ଆର୍‌ସିସି ସେମିରେ

ଭୁବନେଶ୍ୱର: ରସୁଲଗଡ଼ ଜିଜିପି କଲୋନୀରେ ରସୁଲଗଡ଼ କ୍ରିକେଟ୍‌ କ୍ଲବ୍‌ ପକ୍ଷରୁ ଚାଲିଥିବା ୧୮ତମ ସନ୍ତୋଷ ସ୍ମାରକୀ କ୍ରିକେଟ୍‌ ପ୍ରତିଯୋଗିତାର ଫରେଷ୍ଟ ଏକାଦଶ ଏବଂ ଆର୍‌ସିସି ଶେଷ ଦୁଇ ସେମିଫାଇନା୍‌ଲ ସ୍ଥାନ ପକ୍କା କରି ନେଇଛନ୍ତି। ଶୁକ୍ରବାର ତୃତୀୟ କ୍ୱାର୍ଟରଫାଇନାଲ୍‌ରେ ଫରେଷ୍ଟ ଏକାଦଶ ୨ ରନ୍‌ରେ ରୋମାଞ୍ଚକ ଭାବେ ଅନ୍ୟତମ ଭୁବନେଶ୍ୱର ଦଳ ଜେଏମ୍‌ଡି ଦଳକୁ ପରାସ୍ତ କରିଥିଲା। ରାଣା ପଟ୍ଟନାୟକ ମାତ୍ର ୩୨ ବଲ୍‌ରୁ ୮୩ ରନ୍‌ କରି ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ। ସେହିଭଳି ଚତୁର୍ଥ କ୍ୱାର୍ଟରଫାଇନାଲ୍‌ରେ ଆର୍‌ସିସି ୩୦ ରନ୍‌ରେ ଭୋଡ଼ାଫୋନ୍‌ ଦଳକୁ ପରାସ୍ତ କରିଥିଲା। ୨୧ ବଲ୍‌ରୁ ୫୭ ରନ୍‌ କରିଥିବା ଦିଲୀପ ସ୍ୱାଇଁ ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥିଲେ। ଜୟସିଂହ ମହାପାତ୍ର, ପ୍ରକାଶ ରାଉତରାୟ, ସଂଜୟ ବଳିଆରସିଂହ ଅତିଥିଭାବେ ଯୋଗ ଦେଇଥିଲେ। ଶ୍ରୀଧର ବଳିଆରସିଂହେ, ରଜତ ଜଗଦେବ, ପ୍ରେମ ମହାନ୍ତି ମ୍ୟାଚ୍‌ ପରିଚାଳନା କରିଥିଲେ।

ସମ୍ବନ୍ଧିତ ଖବର